ଖୋଲିଲା ସ୍କୁଲ, କରୋନା କଟକଣା ଓ ପ୍ରଦୂଷଣ ଗାଇଡଲାଇନ ପାଳନ ନିର୍ଦ୍ଦେଶ

0

ପ୍ରାୟ ମାସେ ପରେ ଖୋଲିଛି ରାଜଧାନୀ ଦିଲ୍ଲୀର ସ୍କୁଲ । ବାୟୁ ପ୍ରଦୂଷଣ ଯୋଗୁ ମାସେ ହେବ ବନ୍ଦ ରହିଥିଲା ସ୍କୁଲ । ହେଲେ ଆଜିଠାରୁ ଅର୍ଥାତ୍ ଶନିବାର ପୁଣିଥରେ ସ୍କୁଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଷଷ୍ଠରୁ ଉପର ଶ୍ରେଶୀ ଗୁଡିକ ଖୋଲାଯିବ ବୋଲି ସୂଚନା ରହିଛି । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଶନିବାରଠାରୁ ଖୋଲିଛି ।

ଏବେ ଦିଲ୍ଲୀର ବାୟୁ ପ୍ରଦୂଷଣରେ ସାମାନ୍ୟ ଉନ୍ନତି ହୋଇଥିବାରୁ ସ୍କୁଲ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି ସରକାର । ସ୍କୁଲ ଖୋଲିବା ପରେ ବି ଉଭୟ ଅନ୍ ଲାଇନ ଓ ଅଫ୍ ଲାଇନରେ କ୍ଲାସ ହେବ । ସୂଚନାଯୋଗ୍ୟ, ମହାମାରୀ ପାଇଁ ସ୍କୁଲ ଗୁଡିକ ପାୟ ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବନ୍ଦ ରହିଥବା ବେଳେ ଏହାପରେ ଦାଉ ସାଧିଥିଲା ପ୍ରଦୂଷଣ.

Leave a comment