ଏସସିବିରେ ଆଜି ଠାରୁ ଅନଲାଇନ୍ ଓପିଡ଼ି ସେବା ଆରମ୍ଭ
କଟକ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜି ଠାରୁ କଟକ ଏସସିବିରେ ଅନଲାଇନ୍ ଓପିଡ଼ି ସେବା ଆରମ୍ଭ ହୋଇଯାଇଛି । ସ୍ପେଶାଲିଷ୍ଟ ଓ ଜେନେରାଲ ଆଉଟଡ଼ୋର ପାଇଁ ଅନଲାଇନ୍ ଟିକେଟ୍ ବ୍ୟବସ୍ଥା କରାଯାଇଛି। http://eswasthya.odisha.gov.in ଏହି ସାଇଡ଼୍ରେ ଅନଲାଇନ୍ ସୁବିଧା ମିଳୁଥିବା ହସ୍ପିଟାଲ କର୍ତ୍ତୁପକ୍ଷ ସୁଚନା ଦେଇଛନ୍ତି ।
କେବଳ ଓପିଡ଼ିରେ ଅନଲାଇନ ସ୍ଲଟ୍ ବୁକିଂ କରିବା ନୁହେଁ ବରଂ ଆଗକୁ ଏହି ପୋର୍ଟାଲରେ ଜରିଆରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ସେମାନଙ୍କ ପରିକ୍ଷା ରିପୋର୍ଟ ମଧ୍ୟ ହାସଲ କରିପାରିବେ । ଏହା ସହିତ ବିଭିନ୍ନ ପ୍ରକାର ଡାଇଗ୍ନୋଷ୍ଟିକ ବା ପରୀକ୍ଷା ଯଥା ଅଲ୍ଟ୍ରାସାଉଣ୍ଡ, ଏମଆରଆଇ, ସିଟି ସ୍କାନ ଭଳି ସେବାର ପଞ୍ଜିକରଣ କାର୍ଯ୍ୟକୁ ମଧ୍ୟ ଏହି ପୋର୍ଟାଲ ମାଧ୍ୟମରେ କରାଯିବ ।
ଏସସିବି ପ୍ରଥମ ମେଡିକାଲ ଭାବେ ଏହି ସେବାକୁ ଆନୁଷ୍ଠାନିକ ଭାବେ କାର୍ଯ୍ୟକାରୀ କରିବାକୁ ଯାଉଛି । ଏଥିପାଇଁ ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଏହି ବ୍ୟବସ୍ଥାକୁ କିପରି ଅଧିକ ସହଜ କରି ହେବ ସେନେଇ ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟଙ୍କ ସହ ଆଲୋଚନା କରାଯାଉଛି,” କହିଛନ୍ତି ଏସସିବିର ପ୍ରଶାସନିକ ଅଧିକାରୀ ଡକ୍ଟର ଅବିନାଶ ରାଉତ ।