ପିଆଜ କଲା କୋଟିପତି…

0

କର୍ଣ୍ଣାଟକର ପିଆଜ ଚାଷୀ ମଲ୍ଲିକାର୍ଜୁନଙ୍କ କ୍ଷେତ୍ରରେ ଏହା ହୋଇଛି। ପିଆଜ ଚାଷ କରି ସେ ଏବେ କୋଟିପତି ହୋଇଛନ୍ତି।  42 ବର୍ଷୀୟ ମଲ୍ଲିକାର୍ଜ୍ଜୁନ ଟଙ୍କା ଋଣ ଆକାରେ ଆଣି ପିଆଜ ଚାଷ କରିଥିଲେ। ମଲ୍ଲିକାର୍ଜ୍ଜୁନଙ୍କ କହିବା ଅନୁଯାୟୀ, ସେ ବହୁତ ବଡ ରିସ୍କ ନେଇ କାମ କରିଥିଲେ। ଯଦି ଫସଲ ଖରାପ ହୋଇ ଯାଇଥାନ୍ତା କିମ୍ବା ଦର ଖସି ଯାଇଥାନ୍ତା ତେବେ ସେ ବହୁତ କ୍ଷତିରେ ପଡ଼ିଥାନ୍ତେ। ଭଗବାନଙ୍କ ଦୟାରୁ ସେସବୁ କିଛି ବି ହେଲାନି। ଏବେ ପିଆଜ ତାଙ୍କ ପିରବାରର ଭାଗ୍ୟ ବଦଳାଇ ଦେଇଛି। ମଲ୍ଲିକାର୍ଜ୍ଜୁନଙ୍କ କହିବା ଅନୁଯାୟୀ ମାତ୍ର 240 ଟନ  ପିଆଜ (ପ୍ରାୟ 20 ଟ୍ରକ) ପାଇଁ ଏତେ ବଡ଼ ପରିବର୍ତ୍ତନ ତାଙ୍କ ଜୀବନରେ ଆସିପାରିଛି। ଯେତେବେଳେ ପିଆଜ କିଲୋ 200 ଟଙ୍କା ହୋଇଗଲା, ତାଙ୍କର ଲାଭ କାହିଁ କେତେ ଗୁଣ ବଢିଗଲା । ସେ ଏହି ପିଆଜ ଚାଷରେ 15 ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ତାଙ୍କର ଆଶା ଥିଲା 5 ରୁ 10 ଲକ୍ଷ ଟଙ୍କା ଲାଭ ହେବ। ମଲ୍ଲିକାର୍ଜ୍ଜୁନଙ୍କର 10 ଏକର ଜମି ଥିଲା। ଆଉ 10 ଏକର ଜମି ଅନ୍ୟଠୁ ଆଣି ସେ ପିଆଜ ଚାଷ କରିଥିଲେ। ପ୍ରାୟ 50 ଜଣ ଶ୍ରମିକଙ୍କୁ ଚାଷକାମରେ ଲଗାଇଥିଲେ। ତେବେ ଗରିବ ଚାଷୀରୁ କୋଟିପତି ହେବାର ଏଇ ଯେଉଁ ଲମ୍ବା ରାସ୍ତା ମଲ୍ଲିକାର୍ଜ୍ଜୁନଙ୍କ ପାଇଁ ଏତେ ସହଜ ବି ନ ଥିଲା। ଅନେକ ଥର ଚାଷରେ ସେ କ୍ଷତିର ସମ୍ମୁଖିନ ହୋଇଛନ୍ତି। ଥରେ 20 ଲକ୍ଷ ଟଙ୍କା ଋଣରେ ଆଣି ସେ ଚାଷ କରିଥିଲେ। ହେଲେ ବହୁତ ବଡ କ୍ଷତିର ସମ୍ମୁଖୀନ ହୋଇଥିଲେ। କିନ୍ତୁ ଏଥର ଭାଗ୍ୟ ଦେବୀ ତାଙ୍କ ପ୍ରତି ପ୍ରସନ୍ନ ହୋଇଛନ୍ତି।

Leave a comment