ଭୁଶୁଡିଲା ବିଶ୍ୱବିଦ୍ୟାଳୟ ଛାତ୍ରୀ ନିବାସର କାନ୍ଥ, ଅଳ୍ପକେ ବର୍ତ୍ତିଲେ ଛାତ୍ରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁଶୁଡିଛି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଶାବେରୀ ଛାତ୍ରୀ ନିବାସର କାନ୍ଥ । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଛାତ୍ରୀ । ଅନେକ ଦିନରୁ ଛାତ୍ରୀମାନେ ଅଭିଯୋଗ କରୁଥିଲେ ମଧ୍ୟ ସାମାନ୍ୟ ମରାମତି କରି ଚୁପ ବସିପଡିଥିଲେ ହଷ୍ଟେଲ କତ୍ତୃପକ୍ଷ । ଯାହାର ଫଳ ସ୍ୱରୂପ ଆଜି ଛାତ୍ରୀ ନିବାସର କାନ୍ଥ ଓ ପାଚେରୀ ଭୁଶୁଡି ପଡିଥିବା ଅଭିଯୋଗ ହେଉଛି ।
ସୂଚନା ଅନୁଯାୟୀ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଶାବେରୀ ଛାତ୍ରୀ ନିବାସ ୧୯୭୯ ମସିହାରେ ପ୍ରତିଷ୍ଠା ହୋଇଥିଲା । ଏହି ଛାତ୍ରୀ ନିବାସରେ ୧୦୭ ଜଣ ଛାତ୍ରୀ ରୁହଛନ୍ତି । ଆଜି ଦିନ ପ୍ରାୟ ୨ଟା ସମୟରେ ହଠାତ ହଷ୍ଟେଲର ଏକ ପର୍ଶ୍ୱର କାନ୍ଥ ଓ ପାଚେରୀ ଭୁଶୁଡି ପଡିଥିଲା । ସୌଭାଗ୍ୟ ବଶତଃ ୨/୩ ଜଣଙ୍କୁ ଛାଡି ସମସ୍ତ ଛାତ୍ରୀ କ୍ଲାସ କରିବାକୁ କଲେଜ ଯାଇଥିଲେ । ପ୍ରଚଣ୍ଡ ଶବ୍ଦ ଶୁଣି ରୁମରେ ଥିବା ୨/୩ ଜଣ ଛାତ୍ରୀ ଦେଖିଲେକି ହଷ୍ଟେଲର ଏକ ପର୍ଶ୍ୱର କାନ୍ଥ ସମ୍ପୂର୍ଣ୍ଣ ରୂପେ ଭୁଶୁଡି ଯାଇଛି । ସେମାନେ ତୁରନ୍ତ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ । ଏହାପରେ ହଷ୍ଟେଲର ଛାତ୍ରୀଙ୍କୁ ଅନ୍ୟସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।