୨୦ କୋଟି ଠକେଇ କରିଥିବା କର୍ମକର୍ତ୍ତାଙ୍କୁ ନିସ୍ତୁକ ମାଡ଼ ମାରି ପୋଲିସର ଜିମା ଦେଲେ ସାଧାରଣ ଲୋକେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଖୋର୍ଦ୍ଧା ଅଂଚଳରେ ୨୦ କୋଟିରୁ ଉର୍ଦ୍ଧ ଟଙ୍କାର ଠକେଇ କରିଥିବା ବିଟ୍ କଏନ ନାମକ ଏକ ଅର୍ଥଲଗାଣକାରୀ ସଂସ୍ଥାର ଅନ୍ୟତମ ଅଭିଯୁକ୍ତ ଶଶି ମିଶ୍ରଙ୍କୁ ଖୋର୍ଦ୍ଧାର କ୍ଷତିଗ୍ରସ୍ତ ଲୋକେ ନିସ୍ତୁକ ମାଡ଼ ମାରି ପୋଲିସ ଜିମାରେ ଦେଇଛନ୍ତି । ଏହି ସଂସ୍ଥାର ମୁଖ୍ୟ ଅଭିଯୁକ୍ତ କ୍ରାଇମବ୍ରାଂଚ ପୋଲିସ ଦ୍ବାରା ଗିରଫ ହୋଇସାରିଛନ୍ତି । ମୁଖ୍ୟ ଅଭିଯୁକ୍ତ ଗିରଫ ହେବା ପରଠାରୁ ଶଶି ମିଶ୍ର ଫେରାର ଥିଲେ ।

ସୂଚନା ଅନୁଯାୟୀ,ଖୋର୍ଦ୍ଧା ମେଡ଼ିକାଲରେ ଚାକିରି କରୁଥିବା ଶଶି ମିଶ୍ର ମେଡ଼ିକାଲ କର୍ମଚାରୀଙ୍କ ଠାରୁ ମଧ୍ୟ ଲକ୍ଷାଧିକ ଟଙ୍କା ନେଇ ଏହି ସଂସ୍ଥାରେ ଲଗାଇଥିଲା । ପରେ ଲୋକ ଠକେଇର ଶିକାର ହୋଇଥିବା ଜାଣି ବିଟ କଏନ ସଂସ୍ଥା ନାଁରେ କ୍ରାଇମବ୍ରାଂଚ ଓ ଜଟଣୀ ଥାନାରେ ଦୁଇଟି ମାମଲା ରଜୁ ହୋଇଥିଲା । ଏହାପରେ ଲୋକେ କୌଶଳକ୍ରମେ ଶଶିଙ୍କୁ କାବୁକରି ଖୋର୍ଦ୍ଧା ଥାନାକୁ ନେଇଥିଲେ । ଜଟଣୀ କମିଶନରେ ପୋଲିସ ଶଶିଙ୍କୁ ଖୋର୍ଦ୍ଧା ଥାନାରୁ ଜଟଣୀ ନେଇଯାଇଛି ।

Leave a comment