ପ୍ରତି ପରିବାରର ଜଣଙ୍କୁ ଚାକିରି ଦେବ ବିଜେପି: ଅରୁଣ ସିଂ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏପ୍ରିଲ ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନ । ଏଥିପାଇଁ ପ୍ରଚାରର ଆଜି ସନ୍ଧ୍ୟାରୁ ଶେଷ ହୋଇଯାଇଛି । ବିଭିନ୍ନ ସ୍ଥାନରେ ହେଭିଓ୍ଵେଟମାନେ ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ବାଲେଶ୍ଵର ଜିଲ୍ଲାରେ ଆୟୋଜିତ ନିର୍ବାଚନୀ ସଭାରେ ରବିବାର ବିଜେପି ପ୍ରଭାରୀ ଅରୁଣ ସିଂ ଯୋଗଦେଇଥିଲେ । ସେ ବିଜେପି ଏମପି ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ ରାଜ୍ୟ ସରକାର ଉପରେ ବର୍ଷିଥିଲେ । ଦୀର୍ଘ ବର୍ଷ କାଳ ଶାସନ ଭାର ସମ୍ଭାଳି ଥିବା ବେଳେ ରାଜ୍ୟରେ ସେଭଳି ଆଖି ଦୃଷ୍ଟିଆ ଉନ୍ନତି କରାଯାଇନାହିଁ ବୋଲି ଅରୁଣ କହିଥିଲେ । ଏଥିସହ ଏଥର ଓଡ଼ିଶାରେ ବିଜେପି ସରକାର ଗଢ଼ିଲେ ରାଜ୍ୟ ସରକାରଙ୍କ କୈାଣସି ଯୋଜନା ବନ୍ଦ କରାଯିବନି । ଏଥିସହ ବିଜେପି ସରକାର ଗଢ଼ିଲେ ୧୭ ଲକ୍ଷ ଏସଏଚଜିଙ୍କୁ ସ୍ମାର୍ଟ ଫୋନ ପ୍ରଦାନ କରାଯିବା ସହ ପ୍ରତି ପରିବାରର ଜଣଙ୍କୁ ଚାକିରି ଦିଆଯିବ ବୋଲି ବାଲେଶ୍ବର ସଭାରେ ଅରୁଣ ପ୍ରତିଶ୍ରୁତି ଦେଇଛନ୍ତି ।

ସେହିପରି ବାଙ୍କୀ ବିଧାନସଭା ଆସନରେ ଶେଷ ପ୍ରଚାର ଆଜି ଜୋରଦାର ହୋଇଛି । ବିଜେପି ବିଧାୟକ ପ୍ରାର୍ଥୀ ଶୁଭ୍ରାଂଶୁ ମୋହନ ପାଢ଼ୀ ଆଜି ଶୋଭାଯାତ୍ରା କରିଥିଲେ । ତାଙ୍କ ସହ କଟକ ଲୋକ ସଭା ପ୍ରାର୍ଥୀ ପ୍ରକାଶ ମିଶ୍ର ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

Leave a comment