ସଙ୍ଗରୋଧ କେନ୍ଦ୍ରରେ ଥିବା ଯୁବକ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଂଚଳର ସଙ୍ଗରୋଧ କେନ୍ଦ୍ରରେ ଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ଖଇରା ଥାନା ଅଂଚଳର ଜଣେ ଯୁବକ ମୁମ୍ବାଇରେ କାମ କରୁଥିଲେ । ଗତ ୨୭ ତାରିଖରେ ସେ ମୁମ୍ବାଇରୁ ଫେରି ୨୯ ତାରିଖରୁ ସଙ୍ଗରୋଧ କେନ୍ଦ୍ରରେ ଥିଲେ । ମାତ୍ର ଗତକାଲି ରାତିରେ ତାଙ୍କ ଦେହ ଅସୁସ୍ଥ ହୋଇପଡିଥିଲେ । ଯୁବକଟି ସଙ୍ଗରୋଧ କେନ୍ଦ୍ରରେ ଥିବାରୁ ଡାକ୍ତରଖାନା ନେବାକୁ ମନା କରିଦେଇଥିଲା ଆମ୍ବୁଲାନ୍ସ । ବାଧ୍ୟ ହୋଇ ବାଇକ ଯୋଗେ ସଂପୃକ୍ତ ଯୁବକଙ୍କୁ ସୋର ଡାକ୍ତରଖାନା ନିଆଯାଇଥିଲା । ତେବେ ଡାକ୍ତର ଚିକିତ୍ସା କରୁଥିବାବେଳେ ଯୁବକର ମୃତ୍ୟୁ ଘଟିଛି ।

Leave a comment