ରାଜ୍ୟରେ କରୋନା ନେଲା ଆଉ ଏକ ମୁଣ୍ଡ: ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟରେ କରୋନା ନେଲା ଆଉ ଏକ ମୁଣ୍ଡ । ତେବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି।ମୃତକ ଜଣକ ଗଞ୍ଜାମ ଜିଲ୍ଲାର ୫୦ବର୍ଷୀୟ ବ୍ୟକ୍ତି । ଚିକିତ୍ସାଧୀନ ଅବସ୍ଥାରେ କୋଭିଡ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ସେ ଡାଇବେଟିସ, ଉଚ୍ଚରକ୍ତଚାପ, କିଡନୀରୋଗରେ ପୀଡିତ ଥିଲେ ବୋଲି ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
Regret to report that a 50-year male Covid positive patient of Ganjam district passed away while under treatment in hospital.
He was suffering from underlying co-morbidities of Diabetes, Hypertension, Chronic Kidney disease and Chronic Obstructive Pulmonary Disease.
— H & FW Dept Odisha (@HFWOdisha) June 14, 2020
ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ୧୮୬ ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୧୭୧ ଏବଂ ସ୍ଥାନୀୟ ଅଂଚଳରୁ ୧୫ ଜଣ ଆକ୍ରାନ୍ତ ରହିଛନ୍ତି ଏହା ମଧ୍ୟରେ ।