ଓଡ଼ିଶାରୁ ଚିହ୍ନଟ ହେଲା ଗୋଟିଏ ସୁନା ଏବଂ ୧୭ଟି ଡ଼େକୋରେଟିଭ୍ ଷ୍ଟୋନ ଖଣି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶାରେ ୨୨୦ଟି ଖଣି ଖନନ ପାଇଁ ଚିହ୍ନଟ ହୋଇ ଥିବା ବେଳେ ସେଥିରେ ଗୋଟିଏ ସୁନା ଏବଂ ୧୭ଟି ଡ଼େକୋରେଟିଭ୍ ଷ୍ଟୋନ ଖଣି ରହିଛି। ଏହି ସୁନା ଖଣିଟି କେନ୍ଦୁଝର ଜିଲ୍ଲାରେ ରହିଛି ।

ସୂଚନା ଅନୁଯାୟୀ, ଆସନ୍ତା ୭ରୁ ୮ବର୍ଷ ମଧ୍ୟରେ ଏସବୁ ଖଣି ନିଲାମ କରାଯିବ । ଏଥିରୁ ନୂଆ ଖଣି ପ୍ରାୟ ୮୦ଟି ଥିବା ବେଳେ ୧୨୦ଟି ଖଣି ଲିଜ୍ ବାତିଲ ହେବା ସହ ଅନ୍ୟ କାରଣରୁ ବନ୍ଦ ହୋଇ ପଡ଼ିଛି । ଏହାମଧ୍ୟରୁ ପ୍ରାୟ ୮୦ଟି ଖଣିରେ ଲୁହାପଥର, ମାଙ୍ଗାନିଜ ଓ ବକ୍ସାଇଟ ରହିଛି । କେନ୍ଦୁଝର ଜିଲ୍ଲାରେ ଗୋଟିଏ ସୁନା ଖଣି ଚିହ୍ନଟ ହୋଇଥିବା ବେଳେ ୮ଟି କୋଇଲା ଖଣି ଏବଂ ୧୭ଟି ଡ଼େକୋରେଟିଭ୍ ଷ୍ଟୋନ ଖଣି ବି ଚିହ୍ନଟ ହୋଇଛି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଚିହ୍ନଟ ହୋଇଥିବା ୬୭୯ଟି ଖଣି ମଧ୍ୟରୁ ଏବେ ୧୩୮ଟି ଓ୍ବାର୍କିଂ ମାଇନସ୍ ଥିବା ବେଳେ ୧୦୭ଟି କାର୍ୟ୍ୟକ୍ଷମ ନାହିଁ । ୧୯୧ଟି ଖଣି ପ୍ରୋସ୍ପେକ୍ଟିଭ ଲାଇସେନ୍ସରୁ ମାଇନିଙ୍ଗ ଲାଇସେନ୍ସ ନେବାରେ ବିଳମ୍ବ ହୋଇଥିବାରୁ ଏଗୁଡ଼ିକ ମଧ୍ୟ ସରକାର ନିଜ ହାତକୁ ନେଇଛନ୍ତି । ୨୦୨୨-୨୩ ଆର୍ଥୀକ ବର୍ଷରେ ଆଉ ୩୦ଟି ଖଣିର ନିଲାମୀ କରିବାକୁ ଯୋଜନା ରହିଛି । ଆସନ୍ତା ୩ବର୍ଷରେ ୧୦୦ଟି ଖଣି ନିଲାମ କରିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟର ସମ୍ଭାବନାକୁ ଚିହ୍ନଟ କରି ଖଣି ଖନନ ହେଲେ ରାଜ୍ୟର ବ୍ୟାପକ ଅଭିବୃଦ୍ଧି ସହ ଭିତ୍ତିଭୂମି, ଶିଳ୍ପାନୁଷ୍ଠାନ ବଢିବା ସହ ଲୋକ ରୋଜଗାରକ୍ଷମ ହେବେ ।

Leave a comment