ନଦୀରେ ଭାସି ଜଣେ ମୃତ ୪ ନିଖୋଜ

ହୋଲି ଖେଳ ହେଲା କାଳ

0

ଯାଜପୁର : ଆଜି ହୋଲି ଖେଳି ଗାଧୋଇବା ସମୟରେ ଖରସ୍ରୋତା ନଦୀରେ ଭାସି ଜଣେ ମୃତ ୪ ନିଖୋଜ, ଆଉ ଜଣେ ଗୁରୁତ୍ତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।ଯାଜପୁର ଜିଲ୍ଲାର ବଡ଼ସୁଆର ନିକଟ ମଙ୍ଗଳା ଘାଟିରେ ଭାସି ଯାଇଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତ ଶରିର ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୪ ଜଣ ଏବେ ବି ନିଖୋଜ ଥିବା ସୂଚନା ମିଳିଛି ।
ଖବର ଅନୁଯାୟୀ, ଏମାନେ ହୋଲି ଖେଳିବା ପରେ ନଦୀରେ ଗାଧୋଇବାକୁ ଯାଇଥିଲେ। ତେବେ ନଦୀରେ ବୁଡ଼ିଯିବା ପରେ ନିଖୋଜ ହୋଇଯାଇଛନ୍ତି। ପ୍ରଥମେ ସ୍ଥାନୀୟ ଲୋକେ ଖୋଜାଖୋଜି କରିଥିଲେ । ପରେ କବର ପାଇ ଅଗ୍ନଶମ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚି ଖୋଜାଖୋଜି ଜାରି ରଖିଛି ।

Leave a comment