ଦିନକର ଦରମା ଦେବେ ଆଇ.ପି.ଏସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜମ୍ମୁ-କଶ୍ମୀରର ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରାୟ ୪୦ରୁ ଉର୍ଦ୍ଧ ସହିଦ ହୋଇଥିଲେ । ସେମାନଙ୍କ ମଧ୍ୟରେ ଓଡ଼ିଶାର ପ୍ରସନ୍ନ କୁମାର ସାହୁ ଓ ମନୋଜ ବେହେରା ସହିଦ ହୋଇଛନ୍ତି । ଯାହାପାଇଁ ସାରା ରାଜ୍ୟ ଆଜି ମର୍ମାହତ । ସହିଦଙ୍କୁ ଦେଉଛନ୍ତି ଶ୍ରଦ୍ଧାଞ୍ଜଳି ଓ ଲୋତକପୂର୍ଣ୍ଣ ବିଦାୟ । ପ୍ରସନ୍ନ ଓ ମନୋଜ ଙ୍କ ପରିବାର କୁ ଆଇ.ପି.ଏସ ସଂଘ ସମବେଦନା ଜଣାଇଛନ୍ତି । ସହିଦଙ୍କ ପରିବାରକୁ ସହାୟତାର ହାତବଢାଇଲା ଓଡ଼ିଶା ଆଇ.ପି.ଏସ ସଂଘ । ତାଙ୍କର ଗୋଟିଏ ଦିନର ଦରମା ସହିଦଙ୍କ ପରିବାରକୁ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି ।

Leave a comment