ଦିନିକିଆ ଓଡ଼ିଶା ଗ୍ରସ୍ତରେ ଭୁବନେଶ୍ୱର ପହଞ୍ଚିଲେ ଉପରାଷ୍ଟ୍ରପତି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିନିକିଆ ଓଡ଼ିଶା ଗ୍ରସ୍ତରେ ଆଜି ପୂର୍ବାହ୍ନ ୧୦ ଟା ୧୫ ମିନିଟରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଭାରତର ଉପରାଷ୍ଟ୍ରପତି ଏମ୍.ଭେଙ୍କିୟା ନାଇଡ଼ୁ । ସେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି । ଉପରାଷ୍ଟ୍ରପତି ଏମ୍.ଭେଙ୍କିୟା ନାଇଡ଼ୁଙ୍କ ସ୍ୱାଗତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ବିମାନ ବନ୍ଦର ରେ ଉପସ୍ଥିତ ଥିଲେ । ଉପରାଷ୍ଟ୍ରପତି କିଟର ଏକ କାର୍ଯ୍ୟକ୍ରମରେ ଯୋଗଦେବା ସହ ଅପରାହ୍ନରେ କଟକ ଜବାହରଲାଲ ନେହରୁ ଇନ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ‘ସମାଜ’ ଖବରକାଗଜର ୧୦୦ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ୧୦ ଟା ୧୫ ମିନିଟରେ ଭାରତର ଉପରାଷ୍ଟ୍ରପତି ଏମ୍.ଭେଙ୍କିୟା ନାଇଡ଼ୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ସେଠାରୁ ସେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବାକୁ କିଟ ଗ୍ରସ୍ତ କରିଛନ୍ତି । ଏହାପରେ ଶ୍ରୀ ନାଇଡୁ ରାଜଭବନ ଫେରି ମଧ୍ୟାହ୍ନ ଭୋଜନ କରିବେ । ଏହାପରେ କଟକ ଗ୍ରସ୍ତକରି ‘ସମାଜ’ ର ୧୦୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ସନ୍ଧ୍ୟା ୬ତା ସମୟରେ ଦିଲ୍ଲୀ ଫେରିବା କାର୍ଯ୍ୟକ୍ରମ ରହିହିଛି ।ଉପରାଷ୍ଟ୍ରପତିଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।