ଆଉ ଗୋଟିଏ ଦିନ ବଢିଲା କଟକର ଐତିହାସିକ ବାଲିଯାତ୍ରା
ଆଉ ଗୋଟିଏ ଦିନ ବଢିଲା କଟକର ଐତିହାସିକ ବାଲିଯାତ୍ରା । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଗୋଟିଏ ଦିନ ବୃଦ୍ଧି ହୋଇଛି ବାଲିଯାତ୍ରା। ଆସନ୍ତା ଗୁରୁବାର ପର୍ଯ୍ଯନ୍ତ ଚାଲିବ ଏହି ଯାତ୍ରା । ଏନେଇ ସୂଚନା ଦେଇଛନ୍ତି ସିଏମସି ମେୟର ସୁବାସ ସିଂହ ।
ବାଲିଯାତ୍ରା ବୁଲିବାରେ ଲୋକଙ୍କ ଆଗ୍ରହ, ଉତ୍ସାହକୁ ଦୃଷ୍ଟିରେ ରଖି ଯାତ୍ରାର ଅବଧିକୁ ଆଉ ଦୁଇ ଦିନ ବଢ଼ାଇବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା କଟକ ମହାନଗର ନିଗମ (ସିଏମ୍ସି) ।
ଏନେଇ ସୋମବାର ସିଏମ୍ସିର ସ୍ୱତନ୍ତ୍ର ବରାଦି ବୈଠକରେ ଆଲୋଚନା ପରେ ନିଗମ ପକ୍ଷରୁ ସରକାରଙ୍କୁ ବିଧିବଦ୍ଧ ପ୍ରସ୍ତାବ ଦେଇ ଚିଠି ଲେଖାଯାଇଥିଲା । ଫଳରେ ବାଲିଯାତ୍ରା ଆଉ ଦୁଇଦିନ ବଢ଼ିବା ନେଇ ଆଶା ସଂଚାର ହୋଇଥିଲା । ହେଲେ ସରକାର ଦିନେ ବଢାଇବାକୁ ଦେଇଛନ୍ତି ଅନୁମୋଦନ ।
ଗତ ୮ତାରିଖ କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିଲା କଟକ ବାଲିଯାତ୍ରା ମହୋତ୍ସବ । ଦୁଇ ବର୍ଷ ପରେ ବାଲିଯାତ୍ରା ହେଉଥିବାରୁ ଲୋକଙ୍କ ଭିତରେ ଉତ୍ସାହ ବୃଦ୍ଧି ପାଇଛି ।