କ୍ୟାଡର୍ ନକ୍ସଲ ଓ ତାଙ୍କ ସହଯୋଗୀ ଅଟକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଣେ କ୍ୟାଡର ନକ୍ସଲକୁ ବଲାଙ୍ଗିର ପୁଲିସ୍ ଅଟକ ରଖିଥିବା ଜଣାପଡ଼ିଛି। ଏହା ସହିତ ତାଙ୍କର ଜଣେ ସହଯୋଗୀକୁ ମଧ୍ୟ ଅଟକ ରଖିଥିବା ଜଣାପଡ଼ିଛି। ପୁଲିସ୍ ଏ ସଂପର୍କରେ ବିଶେଷ କିଛି ସୂଚନା ଦେଇ ନଥିଲେ ମଧ୍ୟ ଅଟକ କ୍ୟାଡର ନକ୍ସଲ ଜଣକ କେକେବିଏନ୍ର ବୋଲି ଜଣାପଡ଼ିଛି। ସେହିପରି ତା’ ନାଁ ସୁଜନ ବୋଲି କୁହାଯାଉଛି। ଉଭୟ ବଲାଙ୍ଗୀର ଓ କନ୍ଧମାଳ ପୁଲିସ୍ ତାକୁ ପଚରାଉଚରା କରୁଛି। ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗିର ଓ କନ୍ଧମାଳ ସୀମାନ୍ତ ବର୍ତ୍ତି ଗୁଡଭେଲା ଅଞ୍ଚଳରୁ ତାକୁ ଧରାଯାଇଥିଲା। ସେ ତା’ର ଜଣେ ସହଯୋଗୀ ସହିତ କନ୍ଧମାଳରୁ ବଲାଙ୍ଗିର ଜିଲ୍ଲାର ମାଓପ୍ରବଣ ଖପ୍ରାଖୋଲ ଅଞ୍ଚଳକୁ ଯାଉଥିବା ସମୟରେ ବଲାଙ୍ଗିର ପୁଲିସ୍ ହାତରେ ଧରାପଡ଼ିଥିଲା।