ପାକିସ୍ତାନ ପ୍ରଧାନମନ୍ତ୍ରୀ ମତକୁ ନେଇ ଏଭଳି ଉତ୍ତର ରଖିଲା ଭାରତ

0

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ଶାନ୍ତି ବାଲା ବୟାନକୁ ନେଇ ଗୁରୁବାର ଜବାବ ରଖିଛି ଭାରତ । ଏହାକୁ ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି ଯେପର୍ଯ୍ୟନ୍ତ ଆତଙ୍କବାଦ ଶେଷ ହୋଇନାହିଁ ସେପର୍ଯ୍ୟନ୍ତ କଥାବାର୍ତ୍ତା ସମ୍ଭବ ନୁହେଁ ।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚି କହିଛନ୍ତି, ଆମେ ବି ପାକିସ୍ତାନ ସହ ସବୁବେଳେ ସାମାନ୍ୟ ସମ୍ପର୍କ ଚାହୁଁଥିଲୁ । ହେଲେ ଏଥିପାଇଁ ଭାରତ ସବୁବେଳେ କହୁଥିଲା ଆତଙ୍କବାଦକୁ ଦୂରେଇ ଦିଆଯାଉ । ଏହି ଜବାବ ଭାରତ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବୟାନକୁ ନେଇ ଦେଇଛି । ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଥିଲେ ସେ ବୁଦ୍ଧି ଶିଖି ସାରିଛନ୍ତି, ଏବେ ପାକିସ୍ତାନ ଭାରତ ସହ ଶାନ୍ତିରେ ରହିବାକୁ ଚାହୁଁଛି । ଶରିଫ ଆହୁରି ମଧ୍ୟ କହିଥିଲେ କି ଉଭୟ ପଡୋଶୀ ଦେଶ ବୋମା ଓ ଗୋଳାବାରୁଦରେ ନିଜ ସଂସାଧନକୁ ନଷ୍ଟ ନ କରିବା ଭଲ ।

ଶହବାଜ ଶରିଫ ସୋମବାର ଦୁବଇ ସ୍ଥିତ ଅଲ ଅରବିୟା ସମାଚାର ଚ୍ୟାନେଲକୁ ଦେଇଥିବା ସାକ୍ଷାତ୍ କାରରେ କହିଥିଲେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ କଶ୍ମୀର ପ୍ରସଙ୍ଗ ତଥା ପାକିସ୍ତାନରେ ଉତ୍ପନ୍ନ ହୋଇଥିବା ସୀମାପାର ଆତଙ୍କବାଦକୁ ନେଇ ଉତ୍ତେଜନା ପୂର୍ଣ୍ଣ ରିହିଛି । ଶରିଫ କହିଥିଲେ ଭାରତ ସହ ଆମେ ୩ଟି ଯୁଦ୍ଧ ଲଢି ସାରିଛୁ ଏଥିରୁ ଆମେ ବୁଦ୍ଧି ଶିଖି ସାରିଛୁ ତା’ସହ ଏହି ଯୁଦ୍ଧ ପରେ ପାକିସ୍ତାନରେ ଦୁଃଖ, ଗରିବି ଓ ବେରୋଜଗାରୀ ଉତ୍ପନ୍ନ ହୋଇଛି ।

ସେ କହିଥିଲେ ଭାରତୀୟ ନେତୃତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୋର ବାର୍ତ୍ତା , ଆସନ୍ତୁ ଆଲୋଚନା ଟେବୁଲରେ ବସି କଶ୍ମୀର ଭଳି ଜ୍ୱଳନ୍ତ ପ୍ରସଙ୍ଗର ସମାଧାନ କରିବାକୁ ଗମ୍ଭିର ଓ ବିଶ୍ୱାସନୀୟ ଭାବେ କଥାବାର୍ତ୍ତା ହେବା ।

 

Leave a comment