ସ୍ୱାଧୀନତା ଦିବସ ରେ ମୁଖ୍ୟମନ୍ତ୍ରୀ ଘୋଷଣା କଲେ – ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟସ୍ତରୀୟ ୭୨ତମ ସ୍ୱାଧୀନତା ଦିବସ ସମାରୋହ ରେ ଭୁବନେଶ୍ୱରର ଗାନ୍ଧିମାର୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ରାଜ୍ୟବାସୀଙ୍କୁ ସ୍ୱାଧୀନତା ଦିବସ ଅବସରରେ ଅଭିନନ୍ଦନ ଜଣାଇବା ସହ ଓଡ଼ିଶାର ସବୁଠୁ ବଡ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା “ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା” ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ୱାରା ରାଜ୍ୟର ପ୍ରାୟ ସାଢ଼େ ୩ କୋଟି ଲୋକ ସ୍ୱାସ୍ଥ୍ୟ ସେବା ଲାଭ ଉଠାଇ ପାରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି କିଏ ସହଯୋଗ କରୁ ବା ନକରୁ । ଆପଣ ମାନଙ୍କ ଟଙ୍କା, ଓଡିଶାବାସୀଙ୍କ ଟଙ୍କା ଓ ଆପଣମାନଙ୍କ ସହଯୋରେ ଏ ଯୋଜନା କାର୍ଯ୍ୟକାରୀ ହେବ । ଓଡିଶାର ୭୦ ଲକ୍ଷ ପରିବାର ଏହି ଯୋଜନା ଦ୍ୱାରା ଉପକୃତ ହେବେ ।

Leave a comment