ରାଜ୍ୟରେ ବଢୁଛି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା, ସମୀକ୍ଷା କରିବେ ସ୍ବାସ୍ଥ୍ୟ ମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହାକୁ ନେଇ ରାଜ୍ୟରେ ସମୀକ୍ଷା ବୈଠକ କରାଯିବ । ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୧ଟା ବେଳେ ଲୋକସେବା ଭବନରେ ବୈଠକ ବସିବ ।

ବୈଠକରେ ଓମିକ୍ରନକୁ କିଭଳି ଭାବେ ରୋକାଯାଇପାରିବ ସେନେଇ ଆଲୋଚନା ହେବ । ବୈଠକରେ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ ।

Leave a comment