ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡ୍ ଅଭିନେତ୍ରୀ ଲିପ୍ସା

ଓଲିଉଡ୍ ଅଭିନେତ୍ରୀ ଲିପ୍ସା ମିଶ୍ର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ଆକାଶ ଆଚାର୍ଯ୍ୟଙ୍କୁ ବିବାହ କରିଛନ୍ତି। ଆକାଶ ଜଣେ ମେକାନିକାଲ୍ ଇଞ୍ଜିନିୟର ଓ ମାର୍କେଟିଂରେ ଏମ୍ବିଏ କରିଛନ୍ତି। ବର୍ତ୍ତମାନ ସେ ନିଜ ପରିବାର ବ୍ୟବସାୟର ତଦାରଖ କରୁଛନ୍ତି।
ଅଭିନେତ୍ରୀ ଲିପ୍ସା ଓଲିଉଡ୍ର ଅନେକ ଧାରାବାହିକ ଓ ଚଳଚ୍ଚିତ୍ରରେ ଅଭିନୟ କରି ପ୍ରତିଷ୍ଠା ଅର୍ଜନ କରିଛନ୍ତି। ଗତକାଲି ତାଙ୍କ ବିବାହ ଉତ୍ସବ ନୂଆପଲ୍ଲୀସ୍ଥିତ ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଛି। ବିବାହ ଉତ୍ସବରେ ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ।