ଆସନ୍ତାକାଲି ପ୍ରକାଶ ପାଇବ OJEE ଫଳାଫଳ

0

ଆସନ୍ତାକାଲି ପ୍ରକାଶ ପାଇବ ଚଳିତ ବର୍ଷର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା OJEEର ଫଳାଫଳ। ଦିନ ସାଢ଼େ ୧୧ଟାରେ ରେଜଲ୍ଟ ପ୍ରକାଶ କରାଯିବ।

ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ରେଜଲ୍ଟ ଘୋଷଣା କରିବେ। ଓଜେଇଇ ଦେଇଥିବା ଛାତ୍ରଛାତ୍ରୀମାନେ ojee.nic.in.ରେ ସେମାନଙ୍କ ରେଜଲ୍ଟ ଦେଖିପାରିବେ।

ସୂଚନାଯୋଗ୍ୟ, ୫୭,୯୧୮ ଜଣ ଛାତ୍ରଛାତ୍ରୀ ଏଥର ଓଜେଇଇ ଦେଇଥିଲେ, ଯାହା ଜୁଲାଇ ୪ ତାରିଖରୁ ଆରମ୍ଭ ହୋଇଥିଲା। ଏହି ପରୀକ୍ଷା ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଚାଲିଥିଲା।

Leave a comment