ବଢ଼ିଚାଲିଛି ତୈଳ ଦର, ହନ୍ତସନ୍ତ ଗ୍ରାହକ

ନୂଆଦିଲ୍ଳୀ: ଦେଶରେ ବଢ଼ିଚାଲିଛି ତୈଳ ଦର । ଦେଶର ବିଭିନ୍ନ ସ୍ଥାନରେ ୪୦ରୁ ୮୪ ପଇସା ଯାଏଁ ତୈଳ ଦର ବୃଦ୍ଧି କରିଛନ୍ତି ତୈଳ କମ୍ପାନୀ । ବାରମ୍ବାର ପେଟ୍ରୋଲ ଡିଜେଲ ଦର ବୃଦ୍ଧି ହେବା କାରଣରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ରାଜଧାନୀ ଦିଲ୍ଲୀରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଆଜି ୪୦ ପଇସା ଲେଖାଏଁ ବୃଦ୍ଧି ହୋଇଛି । ଆଜି ପେଟ୍ରୋଲ ଦର ବଢ଼ିବା ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୧୦୩.୮୧ ପଇସା ରହିଥଇବା ବେଳେ ଡିଜେଲ ୯୫. ୦୭ ପଇସା ରହିଛି ।
ସେହିପରି ମୁମ୍ବାଇରେ ମଧ୍ୟ ପେଟ୍ରୋଲ ଲିଟର ପ୍ରତି ୮୪ ପଇସା ଓ ଡିଜେଲ ଲିଟର ପ୍ରତି ୪୩ ପଇସା ବୃଦ୍ଧି ପାଇଛି । ମାୟାନଗରୀ ମୁମ୍ବାଇରେ ପେଟ୍ରୋଲ ଲିଟର ୧୧୮ଟଙ୍କା ୮୩ ପଇସା ଥିବାବେଳେ ଡିଜେଲ ଲିଟର ପ୍ରତି ୧୦୩ଟଙ୍କା ୦୭ ପଇସା ରହିଛି। ଗତକାଲି ମଧ୍ୟ ଦେଶରେ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇଥିଲା । ଦେଶର ବିଭିନ୍ନ ସ୍ଥାନରେ ୮୦ରୁ ଊର୍ଦ୍ଧ୍ଵ ପଇସା ତୈଳ ଦର ବୃଦ୍ଧି କରିଥିଲେ ତୈଳ କମ୍ପାନୀ ।