କ୍ଷମା ମାଗିଲେ ଦଲାଇ ଲାମା

0

‘ଜିଭ ଚୂଷିବା’ ପ୍ରସଙ୍ଗ ବିବାଦୀୟ ହେବାରୁ ଆଜି ତିବ୍ବତୀୟ ଅଧ୍ୟାତ୍ମିକ ନେତା ଦଲାଇ ଲାମା କ୍ଷମାଭିକ୍ଷା କରିଛନ୍ତି। ଉଲ୍ଲେଖଯୋଗ୍ୟ, ଜଣେ ବାଳକ ଓଠରେ ବୋକ ବା ଚୁମ୍ବନ ଦେବା ପରେ ତାଙ୍କ (ଦଲାଇ ଲାମାଙ୍କ) ଜିଭକୁ ଚୂଷିବା (ଚୁଚୁମିବା) ପାଇଁ ସେ ବାଳକକୁ ଲାମା କହୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ବିବାଦ ସୃଷ୍ଟି କରିଥିଲା।

କୌତୂକ ପାଇଁ ଭେଟୁଥିବା ଲୋକମାନଙ୍କୁ ସେ ସବୁବେଳେ ଚିଡ଼ାନ୍ତି ବୋଲି କହି ଦଲାଈ ଲାମା ନିଜ ଟିମ୍‌ ସହିତ ଉକ୍ତ ବାଳକ ଓ ତା’ ପରିବାରବର୍ଗଙ୍କୁ କ୍ଷମା ମାଗିଛନ୍ତି।

ଏ ସଂକ୍ରାନ୍ତରେ ଆଜି ଦଲାଇ ଲାମାଙ୍କ ଅଫିସିଆଲ୍‌ ଟୁଇଟର୍‌ ହଣ୍ଡେଲ୍‌ରେ ପୋଷ୍ଟ୍‌ ହୋଇଥିବା ବିବୃତିରେ ଉଲ୍ଲେଖ ଅଛି: ସେ ତାଙ୍କୁ କୋଳେଇ ନେବେ କି ବୋଲି ଜଣେ ବାଳକ ନିକଟ ଅତୀତରେ ଗୋଟାଏ ସଭାରେ ଦଲାଇ ଲାମାଙ୍କୁ ପଚାରୁ ଥିବାର ଦୃଶ୍ୟ ଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଛି। ଏଥିରେ ଦଲାଇ ଲାମା କହିଥିବା କଥା ଆଘାତ ଦେଇଥିବାରୁ ‌ଉକ୍ତ ବାଳକ, ତା’ ପରିବାରବର୍ଗ ଓ ବିଶ୍ବରେ ଥିବା ତାଙ୍କର (ଦଲାଇ ଲାମା) ଅନେକ ବନ୍ଧୁଙ୍କୁ ସେ କ୍ଷମା ପ୍ରାର୍ଥନା କରିଛନ୍ତି। ସର୍ବସାଧାରଣରେ ହେଉ କି, କ୍ୟାମେରା ସମ୍ମୁଖରେ ହେଉ, ଭେଟୁଥିବା ଅନେକ ଲୋକଙ୍କୁ ସବୁବେଳେ କ‌ୌତୁକରେ ସେ ଏମିତି ଚଡ଼ାନ୍ତି। ଏ ଘଟଣା ପାଇଁ ସେ ଦୁଃଖପ୍ରକାଶ କରିଛନ୍ତି।

 

Leave a comment