ଦୁର୍ନୀତି ପ୍ରମାଣିତ ହେବାରୁ ଓଏଫଏସଙ୍କୁ ବାଧ୍ୟତା ମୂଳକ ଅବସର ଦେଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନବୀନ ସରକାରଙ୍କ ୫ମ ପାଳିରେ ଦୁର୍ନୀତି ଗ୍ରସ୍ତଙ୍କୁ ମିଳିବନି ନିସ୍ତାର । ସାବଧାନ ହୋଇଯାଅ ନହେଲେ ହରାଇବ ଚାକିରୀ । ଦୁର୍ନୀତି ବିରୋଧରେ ଜିରୋ ଟୋଲେରାନ୍ସ ନୀତି ନିଦ ହଜାଇଲାଣି ଲାଞ୍ଚୁଆ ଅଫିସରଙ୍କର । କିଛିଦିନ ପୂର୍ବେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଥିବା ଆଠଗଡର ଓଏଫଏସ୍ ସୁଧାଂଶୁ ମିଶ୍ରଙ୍କୁ ବାଧ୍ୟତା ମୂଳକ ଅବସର ଦେଲେ ସରକାର ।
ସୂଚନା ଅନୁଯାୟୀ, କିଛିଦିନ ପୂର୍ବେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଆଠଗଡର ଓଏଫଏସ୍ ସୁଧାଂଶୁ ମିଶ୍ରଙ୍କ ଘରେ ଚଢାଉ କରିଥିଲା । ଏହି ଚଢ଼ାଉ ସମୟରେ ନଗଦ ୧କୋଟି ଟଙ୍କା ସହ ୫କୋଟି ୬୮ଲକ୍ଷ ୯୨ହଜାର ୭୫୧ ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା । ୨୦୧୬ମସିହାରେ ଭିଜିଲାନ୍ସ ସୁଧାଂଶୁଙ୍କୁ ଗିରଫ କରିଥିଲା ।
ଚଳିତ ମାସ ଓଏଫଏସ ସୁଧାଂଶୁ ମିଶ୍ର ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇସାରିଛନ୍ତି ସରକାର ।