କଳା ତାଲିକାଭୁକ୍ତ ହେଲା ଓଡ଼ିଶାର ୨୮୯ ଏନଜିଓ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶର ଶତାଧିକ ଏନଜିଓ ସଂସ୍ଥାଙ୍କୁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ରେଡ୍ ସିଗ୍ନାଲ୍‌ ଦିଆଯାଇଛି। ଅନୁଦାନ ଅର୍ଥ ହେର୍‌ଫେର୍‌କୁ ନେଇ ତନାଘନା ପରେ ପ୍ରକାଶ ପାଇଛି କଳା ତାଲିକାଭୁକ୍ତ ଏନ୍‌ଜିଓଙ୍କ ନାମ । ଏଥିରେ ଦେଶର ୯୨୪ଟି ଏନ୍‌ଜିଓ କଳା ତାଲିକାଭୁକ୍ତ ହୋଇଥିବା ବେଳେ ଓଡ଼ିଶାର ସର୍ବାଧିକ ୨୮୯ଟି ଏନଜିଓ ରହିଛି। ତେବେ ଏ ସବୁ ସଂସ୍ଥାଗୁଡ଼ିକର କୌଣସି ଅଫିସ୍ ଠିକଣା ନ ଥିବା ବେଳେ କେବଳ କାଗଜ କଲମରେ ଅନେକ ସଂସ୍ଥା ଚାଲିଥିବା ଜଣାପଡିଛି। ଓଡ଼ିଶାର ଢେଙ୍କାନାଳ, ନୟାଗଡ଼ ଓ କୋରାପୁଟ ଜିଲ୍ଲା ସମେତ ଅନ୍ୟ କେତେକ ଜିଲ୍ଲାରେ ଥିବା ଅନେକ ଏନଜିଓଙ୍କୁ କଳା ତାଲିକାଭୁକ୍ତ କରାଯାଇଛି। ଅନେକ ସଂସ୍ଥା ବିଦେଶ ଓ କେନ୍ଦ୍ରଠାରୁ କୋଟି କୋଟି ଟଙ୍କାର ଅନୁଦାନ ଆଣୁଥିଲେ ମଧ୍ୟ ତା’ର ସଦୁପଯୋଗ କରୁ ନଥିବା ଅଭିଯୋଗ ହୋଇଛି। ପୂର୍ବରୁ ଏହି ଘଟଣାରେ କେନ୍ଦ୍ର ପକ୍ଷରୁ ୧ହଜାରରୁ ଉର୍ଦ୍ଧ୍ବ ଏନଜିଓଙ୍କୁ କଳା ତାଲିକାଭୁକ୍ତ କରାଯାଇଥିଲା।

Leave a comment