କରୋନା ସମୟରେ ଓଡିଶା ରାଜ୍ୟ ମୂକ୍ତ ବିଶ୍ଵବିଦ୍ୟାଳୟ କର୍ମଚାରୀ ମାନସିକ ଚାପରେ, odisha fast

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ମହାମାରୀ ଯୋଗୁଁ ପ୍ରାୟ ଅଧିକାଂଶ ଲୋକମାନେ ବିଭିନ୍ନ ଚାପରେ ଥିବା ବେଳେ, ଓଡିଆ ରାଜ୍ୟ ମୂକ୍ତ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କର୍ମଚାରୀ ମାନଙ୍କର ମାନସିକ ଚାପ ବଢ଼ାଇ ଦେଇଛି ।
ସରକାରଙ୍କ କରୋନା କଟକଣା ଅନୁଯାୟୀ ମୂଖ୍ୟତଃ ଠିକା କର୍ମଚାରୀ ମାନଙ୍କୁ ନେଇ ଚାଲୁଥିବା ଏହି ବିଶ୍ବବିଦ୍ୟାଳୟର କାର୍ଯ୍ୟାଳୟ ବନ୍ଦ ଥିବା ବେଳେ, ସମସ୍ତ କର୍ମଚାରୀ ମାନେ ଘରେ ରହି କାମ କରୁଛନ୍ତି । ପ୍ରତି ଦିନ କଣ କାମ କଲେ ତାହାର ରିପୋର୍ଟ ସେହି ଦିନ ସଂନ୍ଧ୍ୟା ୬ ଟା ମଧ୍ୟରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦେବା ପାଇଁ ବାଧ୍ୟ କରାଯାଉଛି । ରିପୋର୍ଟ ଧାର୍ଯ୍ୟ ସମୟରେ ନ ଦେଲେ, ତାହା ସଂପୃକ୍ତ କର୍ମଚାରୀଙ୍କ ବାର୍ଷିକ ମୂଲ୍ୟାୟନକୁ ପ୍ରଭାବିତ କରିବ ବୋଲି ବିଶ୍ବବିଦ୍ୟାଳୟର କୁଳସଚିବ ସମସ୍ତ କର୍ମଚାରୀଙ୍କୁ ହ୍ବାଟ୍ସଆପ୍ ବାର୍ତ୍ତାରେ ଜଣାଇଛନ୍ତି।
ଏହାକୁ ନେଇ ପ୍ରାୟ କର୍ମଚାରୀ ମାନେ ଏବେ ଚାପଗ୍ରସ୍ତ । ଜଣେ କର୍ମଚାରୀଙ୍କ କହିବା ଅନୁଯାୟୀ, “ପ୍ରାୟ ସମସ୍ତଙ୍କର କେହି ନା କେହି ନିଜ ଲୋକ ବା ପ୍ରିୟ ଜନ କରୋନାରେ ଆକ୍ରାନ୍ତ । ସମସ୍ତେ କରୋନା ଭୟରେ ଭୟଭୀତ । ଏହି ସମୟରେ ଯାହା କିଛି କାର୍ଯ୍ୟ ସଂଭବ ଆମେ କରୁଛୁ। କିନ୍ତୁ ରିପୋର୍ଟ ପାଇଁ ବାଧ୍ୟ କରିବା ଓ ବାର୍ଷିକ ମୂଲ୍ୟାୟନ ସହ ଏହାକୁ ଯୋଡିବା ନିଶ୍ଚିତ ଭାବରେ ଦୂର୍ଭାଗ୍ୟପୂର୍ଣ୍ଣ ।” ଅନ୍ୟ।ଜଣେ କର୍ମଚାରୀ ଙ୍କ ମତରେ, “ଘରେ ରହି କାମ କରିବା ପାଇଁ ଆବଶ୍ୟକ ସୁବିଧା, ଯେପରିକି କମ୍ପ୍ୟୁଟର ଓ ଇଣ୍ଟରନେଟ ଆଦି, ଆମମାନଙ୍କୁ ଦିଆଯାଇ ନାହିଁ । ମୋବାଇଲରେ ସବୁ କାମ କରିବା ସଂଭବ ନୁହେଁ । ଆମକୁ ନିୟମିତ କାମ ମଧ୍ୟ ଦିଆଯାଉ ନାହିଁ । କିନ୍ତୁ ନିୟମିତ ରିପୋର୍ଟ ଦେବା ପାଇଁ କହିବା ଚିନ୍ତା ଜନକ। ଏହି ରିପୋର୍ଟ ଆଳରେ ବାର୍ଷିକ ମୂଲ୍ୟାୟନ ଖରାପ କରି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କିଛି ଲୋକଙ୍କୁ ନିଯୁକ୍ତିରୁ ବହିଷ୍କାର କରି ପାରନ୍ତି ବୋଲି, ଠିକାରେ କାର୍ଯ୍ୟ କରୁଥିବା ପ୍ରାୟ ସମସ୍ତ କର୍ମଚାରୀ ମାନେ ଆଶଙ୍କା କରୁଛନ୍ତି ।