ସଞ୍ଜୟ ଦାସବର୍ମାଙ୍କ ନେତୃତ୍ୱରେ ପୁରୀରେ ମିଶ୍ରଣ ପର୍ବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ନରେନ୍ଦ୍ର କୋଣ ସ୍ଥିତ ବିଜୁ ଜନତା ଦଳ ଜିଲ୍ଲା କାର୍ଯ୍ୟାଳୟ ଠାରେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।ଏହି ପର୍ଵରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟିର ମଣ୍ଡଳ ସଭାପତି ଶ୍ରୀଯୁକ୍ତ ଭଗବାନ ନାୟକ, ବେଣ୍ଟପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଯିବେଶ ରାଉତରାୟ ଓ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟିର ସଦସ୍ୟ ତଥା ଦଳିତ ଆଦିବାସୀ ନେତା ସାଧୁ ଚରଣ ସେଠୀ ଏବଂ ବ୍ରହ୍ମଗିରି ପଞ୍ଚାୟତ, ବେଣ୍ଟପୁର ପଞ୍ଚାୟତ, ବ୍ରାହ୍ମଣିଆ ପଞ୍ଚାୟତର ୩୦୦ରୁ ଉର୍ଦ୍ଧ ସମସ୍ତ ସଭ୍ୟ ଭାରତୀୟ ଜନତା ପାର୍ଟି ପରିତ୍ୟାଗ କରି ବିଜୁ ଜନତା ଦଳର ସଭାପତି ତଥା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ଲୋକମାନଙ୍କ ପ୍ରତି କର୍ତ୍ତବ୍ୟନିଷ୍ଠ ଏବଂ ନିଃସ୍ଵାର୍ଥପର ଭଲପାଇବା ଦେଖି ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି ।

ପୁରୀ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମହେଶ୍ଵର ମହାନ୍ତିଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ୩୦୦ରୁ ଉର୍ଦ୍ଧ ବିଜେପି ନେତା ଓ କର୍ମୀ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଉପାଧ୍ୟକ୍ଷ ବିଜୟ କୁମାର ନାୟକ, ପୁରୀ ଜିଲ୍ଲା ବିଜୁ ଜନତା ଦଳର ଉପସଭାପତି ସୁର ପ୍ରସାଦ ମାହାନ୍ତି, ବିଜୁ ଜନତା ଦଳର ରାଜ୍ୟ ପରିଷଦ ସଦସ୍ୟ ବିରଞ୍ଚି ନାରାୟଣ ଦାସ, ଆଇନଜୀବି ମନଜୋ ପଟ୍ଟନାୟକ, ବ୍ରହ୍ମଗିରି ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ବିଦ୍ୟାଧର ସ୍ୱାଇଁ, ଜିଲ୍ଲା ପରିଷଦ ସଦସ୍ୟ କୈଳାସ ଚନ୍ଦ୍ର ପରିଡା, ଜିଲ୍ଲା ପରିଷଦ ସଦସ୍ୟ ହରେକୃଷ୍ଣ ମଲ୍ଲିକ, ବ୍ଲକ ଅଧ୍ୟକ୍ଷା ନଳିନୀ ପ୍ରଭା ବରାଳ, ବ୍ରହ୍ମଗିରି ପଞ୍ଚାୟତ ସମିତି ସଭ୍ୟ ଯୁଧିଷ୍ଠିର ନାୟକ, ସରପଞ୍ଚ ମଧୁସ୍ମିତା ସାହୁ,ବେଣ୍ଟପୁର ପଞ୍ଚାୟତ ସରପଞ୍ଚ ପର୍ଶୁରାମ ସାହୁ ଓ ଯୁବ ନେତା ବିଜୟ ଦଳାଇ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave a comment