ରାଜଧାନୀରେ ଚାଞ୍ଚଲ୍ୟ, ପଡୋଶୀଙ୍କ ପୁଅକୁ ହତ୍ୟା କଲା ମହିଳା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ଅଂଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନରେ ଜଣେ ମହିଳା ପଡୋଶୀଙ୍କ ପୁଅକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଖଣ୍ଡଗିରି ଥାନା ଅନ୍ତର୍ଗତ କୋଳଥିଆ ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି।
ସୂଚନାଯୋଗ୍ୟ, ତନୁଶ୍ରୀ ପରମାଣିକ ନାମରେ ଜଣେ ମହିଳା ଏଭଳି କାମ କରିଛନ୍ତି। ସେ ଜଣେ ୫ ବର୍ଷର ଶିଶୁପୁତ୍ରକୁ ହତ୍ୟା କରିବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

ଅଭିଯୋଗ ଅନୁସାରେ, ମହିଳା ଜଣକ ଶିଶୁପୁତ୍ରକୁ ନିଜର ଝିଅ ସହିତ ଖେଳିବ ପାଇଁ ଡାକିଥିଲେ। ପରେ ସେ ତାକୁ ହତ୍ୟା କରିଥିଲେ। କିନ୍ତୁ ଧରାପଡ଼ିଯିବା ଭୟରେ ସେ ନିଜ ଶାଢ଼ୀରେ ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। କିନ୍ତୁ ସ୍ଥାନୀୟଲୋକେ ତାଙ୍କୁ ଉଦ୍ଧାର କରି ଏମସ୍‌ ହସ୍‌ପିଟାଲରେ ଭର୍ତ୍ତି କରିଛନ୍ତି। ମହିଳାଙ୍କର ଅବସ୍ଥା ଗୁରୁତର ଅଛି।

Leave a comment

You cannot copy content of this page