ଲଣ୍ଡନ ବସରେ ଓଡିଶା ପର୍ଯ୍ୟଟନ ବିଜ୍ଞାପନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରରେ ହେବାକୁ ଥିବା ପୁରୁଷ ହକି ପୁରୁଷ ବିଶ୍ୱକପ୍‌ ଚାମ୍ପିଅନ୍‌ସିପ୍‌ ଓ ରାଜ୍ୟର ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ରାଜ୍ୟ ସରକାର ଏକ ଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଲଣ୍ଡନରେ ଚଳାଚଳ କରୁଥିବା କେତେକ ସରକାରୀ ବସରେ ଓଡିଶା ପର୍ଯ୍ୟଟନ ଓ ହକି ଚମ୍ପିୟାନସିପର ପୋଷ୍ଟର ଲଗାଯାଇଛି । ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ଭାରତ ଓ ଭାରତ ବାହାରେ ମଧ୍ୟ ପ୍ରଶଂସା କରାଯାଉଛି । ଲଣ୍ଡନର ପ୍ରମୁଖ ସ୍ଥାନଗୁଡିକୁ ଯାଉଥିବା ବସରେ ଏହି ବିଜ୍ଞାପନ ଲଗାଯାଇଛି । ଏଥିରେ ‘Odisha by morning, hockey by evening’ ଲେଖାଯାଇଛି । ତେବେ ଏହି ବିଜ୍ଞାପନ ଦେଖି ସେଠାକାର ହକି ପ୍ରେମୀମାନେ ଓଡିଶାରେ ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୬ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ପୁରୁଷ ବିଶ୍ୱକପ୍‌ ହକି ଚାମ୍ପିଅନ୍‌ସିପ୍‌ରେ ଭାଗ ନେବାକୁ ଇଛା ପ୍ରକାଶ କରିବେ । ଏଥିସହ ସେଠାକାର ଲୋକେ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲି ଦେଖିବାକୁ ଇଛୁକ ହେବ ନେଇ ଏଭଳି ବିଜ୍ଞାପନ ପୋଷ୍ଟର ଲଗାଯାଇଥିବା ଜଣାଯାଇଛି ।

Leave a comment