ଓଡିଶାର ୪ଟି ସହରାଞ୍ଚଳକୁ ସ୍ବଚ୍ଛ ସର୍ବେକ୍ଷଣ ପୁରସ୍କାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସହରାଞ୍ଚଳକୁ ସଫା ସୁତରା ରଖିବା ସହ ଉତ୍ତମ ପୌର ସେବା ଯୋଗାଇ ଦେବା ଲାଗି ଓଡିଶାର ୪ଟି ସହରାଞ୍ଚଳକୁ ସ୍ବଚ୍ଛ ସର୍ବେକ୍ଷଣ ପୁରସ୍କାର ପ୍ରଦାନ କରାଯାଇଛି । ସେହି ସହରାଞ୍ଚଳଗୁଡିକ ହେଲା ପାରାଦୀପ, ଯାଜପୁର, କରଞ୍ଜିଆ ଏବଂ ତରଭା । ଏହି ଉପଲକ୍ଷେ କେନ୍ଦ୍ର ସହରୀ ଆବାସ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା । ଏଥିରେ କେନ୍ଦ୍ର ଗୃହନିର୍ମାଣ ଓ ନଗର ବ୍ୟାପାର ମନ୍ତ୍ରୀ ହରଦୀପ ସିଂପୁରୀ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।