ପାଣ୍ଡିଆନ BJD ଯୋଗ ଦେବା ପଛର କଞ୍ଚା ସତ, ଦେଖନ୍ତୁ ଭିଡ଼ିଓ

0

ସତ କହିଲେ ସତୀ ବିଗିଡେ
ସତ୍ୟର କିନ୍ତୁ ବିକଳ୍ପ ନାହିଁ।
ସତ ଶୁଣିଲେ ଆଜି ଆପଣ ଆଶ୍ଚର୍ଯ୍ୟ ହେବେ….

ପାଣ୍ଡିଆନ BJD ରେ ଯୋଗଦେବାର କାରଣ ଶୁଣିଲେ ଆପଣଙ୍କ ଗୋଡ଼ ତଳୁ ମାଟି ଖସି ଯିବ। ଯେତେବେଳେ ସେ ଯୋଗ ଦେଲେଣି, ଏ ସତ୍ୟ ବି ଆପଣ ଜାଣି ରଖିବା ଉଚିତ।
ତାହେଲେ ଶୁଣନ୍ତୁ।
ଧାମନଗର ଉପନିର୍ବାଚନ ପରେ ପାଣ୍ଡିଆନ ଅନୁଭବ କଲେ ବହୁତ ହୋଇଗଲା।
ବବି-ବାପି-ଜିତୁଙ୍କ ବ୍ଲାକମେଲିଙ୍ଗରୁ ଦଳକୁ ରକ୍ଷା କରିବାକୁ ହେବ। ନହେଲେ ଦଳର ଅବସ୍ଥା ଯାହା ହେବ, ଚିନ୍ତା କରିବା ମୁସ୍କିଲ ହୋଇଯିବ।
ଧାମନଗର BJD ର ନିଶ୍ଚିତ ଜିତିବା ସିଟ ଥିଲା। ମାତ୍ର ଏ ତିନିଜଣ ଜଣେ ନିରକ୍ଷର CANDIDATE ଦେଇ, ଦଳକୁ ସେଠି ହରେଇ ଦେଲେ। ପ୍ରବଳ ଖର୍ଚ୍ଚ କଲେ। ଏଲିନା ଖୁସି ହେଲେ କିନ୍ତୁ ନବୀନଙ୍କୁ ହରେଇ ଦେଲେ। ୟାଙ୍କ ଯୋଗୁଁ ଉପନିର୍ବାଚନ ପରେ ଦଳ ସଭାପତି ନବୀନ ପଟ୍ଟନାୟକ ବ୍ୟାକଫୁଟ ରେ ରହି ବକ୍ତବ୍ୟ ରଖିବାକୁ ବାଧ୍ୟ ହେଲେ। ଯେହେତୁ ପାଣ୍ଡିଆନ ପ୍ରଶାସକ ଥିଲେ, ଉପନିର୍ବାଚନ ଯାଇ ପାରୁ ନଥିଲେ।
କଥା ଏଇଠୁ ଆରମ୍ଭ ହୋଇ ନାହିଁ।
2019 ଟିକେଟ ବଣ୍ଟନ ବେଳେ ବବି ଦାସ ଯେପରି 3ଟି ସିଟ ପାଇଁ ଅଡ଼ି ବସିଲେ, ତାହା ପାଣ୍ଡିଆନଙ୍କୁ ଅଶେଷ ଦୁଃଖ ଦେଇଥିଲା।

Leave a comment