୨୨ ରେ ପଦ୍ମ ଧରିବେ ୨ ବିଜେଡ଼ି ବିଧାୟକ, ଦେଖନ୍ତୁ ଭିଡ଼ିଓ
୨୨ ରେ ପଦ୍ମ ଧରିବେ ୨ ବିଜେଡ଼ି ବିଧାୟକ, ବିଜେପି ଦେବ ବିଜେଡ଼ିକୁ ଝଟକା
ବିଜେଡିର ଲେଖା ଛିଣ୍ଡାଇବେ ପ୍ରଦୀପ, ଦମ ଦେଖିବେ ପ୍ରଦୀପ, ଅରବିନ୍ଦ,କେ ଅନିଲ, ଏଥର ନିର୍ବାଚନ ହେବନି ବିଜେଡ଼ି ପାଇଁ ସହଜ ।
ଅଶ୍ୱିନୀ ବୈଷ୍ଣବ ଙ୍କୁ ବିଜେଡି ରାଜ୍ୟସଭା ପାଇଁ ସମର୍ଥନ ଦେବାପରେ ରାଜ୍ୟ ରାଜନୀତି ସରଗରମ ହୋଇଥିଲା । ବିଜେପି ଓ ବିଜେଡ଼ିର ଚୋରା ପୀରତି ପୁନର୍ବାର ଲୋକ ଲୋଚନକୁ ଆସିଥିଲା । ଲୋକଙ୍କୁ ଭୁଆଁ ବୁଲେଇବାକୁ ଯାଇ ଉଭୟ ଦଳ ଆରମ୍ଭ କରିଛ ମିଶ୍ରଣ ପର୍ବ । ବିଜେଡ଼ି କଂଗ୍ରେସ ଦଳର ପୂର୍ବତନ ବିଧାୟକଙ୍କୁ ମିଶାଇଥିବା ବେଳେ । ବିଜେପି କିନ୍ତୁ ବିଜେଡ଼ି ବିଧାୟକ ଙ୍କୁ ମିଶାଇବାକୁ ଯାଉଛି ।
ଫେବ୍ରୁଆରୀ ୨୨ ତାରିଖ ଅପରାହ୍ନରେ ବିଜେପିରେ ହେବ ମହା ମିଶ୍ରଣ ପର୍ବ । ଯୋଗଦେବେ ୫ ଜଣାଶୁଣା ନେତା । ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଅରବିନ୍ଦ ଢ଼ାଲି ଓ ଖଣ୍ଡପଡାର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଦୁଷ୍ମନ୍ତ ସ୍ୱାଇଁ ଓ ବ୍ରହ୍ମପୁର ର କେ ଅନିଲ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେବେ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ ଙ୍କ ଉପସ୍ଥିତି ରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହେବ । ଅନେକ ଦିନ ହେଲା ବିଜେଡ଼ି ସରକାରକୁ ଶାଣିତ ଆକ୍ରମଣ କରି ଘାଇଲା କରୁଥିବା ପ୍ରଦୀପ ପାଣିଗ୍ରାହୀ ରାଜଧାନୀ ରେ ଦଳ ବଳ ସହ ନିଜ ଦମ ଦେଖାଇବେ । ଦୀର୍ଘ କିଛି ଦିନ ହେବ ପ୍ରଦୀପ ବିଜେପିରେ ଯୋଗଦେବା ଚର୍ଚ୍ଚା ରାଜ୍ୟ ରାଜନୀତି ରେ ମୁଖ୍ୟ ଖବର ସାଜିଥିଲା । ମାତ୍ର ଫେବ୍ରୁଆରୀ ୨୨ ରେ ଏହି ଚର୍ଚ୍ଚାର ଅନ୍ତ ଘଟିବାକୁ ଯାଉଅଛି । କୁହାଯାଉଛି ପ୍ରଦୀପ ଅନେକ ଦିନରୁ ବିଜେପି ରେ ଯୋଗ ଦେଇ ସାରିଥାନ୍ତେ । ମାତ୍ର କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କ ବିଜେଡ଼ି ସମର୍ଥନରେ ରାଜ୍ୟସଭା ଯିବାର ଥିଲା ସେଥିପାଇଁ ପ୍ରଦୀପଙ୍କ ବିଜେପି ଯୋଗଦେବା କୁ ଘୁଞ୍ଚାଇ ଦିଆଯାଇଥିଲା । ଏହି ମିଶ୍ରଣ ପର୍ଵ ପରେ ବିଧାୟକ ପ୍ରଦୀପ ଙ୍କ ରଣନୀତି କଣ ରହିବ ତାକୁ ନେଇ ଲୋକେ ଉତ୍କଣ୍ଠା ର ସହ ଅନାଇ ବସିଛନ୍ତି । ଶୁଣିବାକୁ ମିଳୁଛି, ପ୍ରଦୀପ ବିଜେପିରେ ଯୋଗ ଦେବାପରେ ତାଙ୍କୁ ଗଞ୍ଜାମ ବିଜେପିର ଜିଲ୍ଲା ସଭାପତି ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯିବ । ପ୍ରଦୀପ ବ୍ରହ୍ମପୁର ରୁ ସାଂସଦ ଭାବେ ଲଢ଼ି ବିଜେଡ଼ିକୁ ଗଞ୍ଜାମ ଜିଲ୍ଲାରେ ପାଣି ପିଆଇବେ । ସେହିପରି ଅନେକ ବର୍ଷ ହେଲା ବିଜେଡି ଦଳରେ ଅବହେଳିତ ଓ କୋଣଠେସା ହୋଇଥିବା କେ ଅନିଲ ବ୍ରହ୍ମପୁର ଏବଂ ଅରବିନ୍ଦ ଢ଼ାଳି ଜୟଦେବ ରୁ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିବା ନେଇ ଚର୍ଚ୍ଚା ହେଉଛି । ତେବେ ଦେଖାଯାଉ ବିଜେଡ଼ିର ଏହି ନେତାମାନେ ପଦ୍ମ ଧରିବା ପରେ ବିଜେଡ଼କୁ ଝଟକା ଦେବାରେ କେତେ ଦୂର ସକ୍ଷମ ହେଉଛି ।