ଦୀପାଳି ଓ ଅଳକାଙ୍କ କଳି ରେ ପଶିଲେ ବିଜୁବାବୁ, ଦେଖନ୍ତୁ ଭିଡ଼ିଓ

0

ଦୀପାଳି ଓ ଅଳକାଙ୍କ କଳି ରେ ପଶିଲେ ବିଜୁବାବୁ, ଦୁଇ ଜଣଙ୍କ କଳିରେ ବିଜୁବାବୁଙ୍କୁ ଫାଇଦା ।

ପଶ୍ଚିମ ଓଡ଼ିଶା ରେ ଦମ ଦେଖାଉଛନ୍ତି ଦୀପାଳି ଦାସ, ମାଛ ତେଲରେ ମାଛ ଭାଜିବାକୁ ଦୀପାଳି ଙ୍କ ପ୍ରୟାସ ।
ନବ ଦାସ ଓ କିଶୋର ମହାନ୍ତି ଙ୍କ ନାଁ କୁ ନେଇ ସେମାନଙ୍କ ଉତ୍ତରାଧିକାରୀ ଙ୍କ ମଧ୍ୟରେ କଳି । ଝାରସୁଗୁଡା ରେ ଏକ ହୃଦରୋଗ ହସ୍ପିଟାଲ ହେବାକୁ ସରକାର ଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ଏହାକୁ ନେଇ ତିନିଥର ବୈଠକ ମଧ୍ୟ ବସି ସାରିଲାଣି । ପ୍ରଥମ ବୈଠକରେ କିଶୋର ଙ୍କ ପତ୍ନୀ ତଥା ବ୍ରଜରାଜନଗର ବିଧାୟିକା ଅଳକା ଏବଂ ସମର୍ଥକ ଏହି ହସ୍ପିଟାଲ ଟି କିଶୋର ମହାନ୍ତି ଙ୍କ ନାଁରେ ନାମିତ କରିବାକୁ ଲିଖିତ ପ୍ରସ୍ତାବ ଦେଲେ । ଏହା ନବ ଦାସ ଙ୍କ ଝିଅ ତଥା ଝାରସୁଗୁଡା ବିଧାୟିକା ଦୀପାଳି ଙ୍କୁ ପସନ୍ଦ ଆସିନଥିଲା । ଦ୍ୱିତୀୟ ବୈଠକରେ ଅଳକାଙ୍କୁ ଡକା ଗଲା ନାହିଁ । ଏହି ବୈଠକରେ ଦୀପାଳି ନିଜ ସମର୍ଥକ ଙ୍କ ସହ ଏହି ହସ୍ପିଟାଲ ଟି ତାଙ୍କ ବାପା ଅର୍ଥାତ ନବ ଦାସ ଙ୍କ ନାଁରେ କରିବାକୁ ଦାବି କରିଥିଲେ । ଏହାକୁ ଅଳକା ଏବଂ କିଶୋରଙ୍କ ସମର୍ଥକ ବିରୋଧ କରିଥିଲେ । କାରଣ କିଶୋର ମହାନ୍ତି ପ୍ରଥମରୁ ବିଜେଡି ସହ ଜଡିତ ଥିଲେ ଏବଂ ଝାରସୁଗୁଡା ରୁ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିଲେ । ମାତ୍ର ୧୨୦୧୯ ରେ ହଠାତ ନବ ଦାସ କଂଗ୍ରେସର ହାତ ଛାଡି ଶଙ୍ଖ ଧରିଥିଲେ । ଏବଂ ଝାରସୁଗୁଡା ସିଟ ପାଇଁ ନିଜ ଜିଦ ରେ ଅଟଳ ରହିଥିଲେ । ଫଳରେ କିଶୋରଙ୍କୁ ବିଜେଡି ବ୍ରଜରାଜନଗର ରେ ଥଇଥାନ କରିବାକୁ ବାଧ୍ୟ ହୋଇଥିଲା ଦଳ । ନବଙ୍କ ଭଳି ଦମ ଦେଖାଇ ଦୀପାଳି ମଧ୍ୟ ଜୋର ଜବରଦସ୍ତ ହସ୍ପିଟାଲ ଟି ବାପାଙ୍କ ନାଁରେ କରିବାକୁ ଜିଦ ଧରି ବସିଛନ୍ତି । ଫଳରେ ଅଳକା ଏବେ ନୂଆ ଉପାୟ ବାହାର କରିଛନ୍ତି । ସେ ସରକାରଙ୍କ ପକ୍ଷରୁ ହୋଇଥିବା ତୃତୀୟ ବୈଠକରେ ଏହି ହସ୍ପିଟାଲ ଟି ବିଜୁ ବାବୁଙ୍କ ନାଁରେ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଫଳରେ ନବ ଓ କିଶୋର ଙ୍କ କଳିରେ ବିଜୁବାବୁଙ୍କ ଲାଭ ହେଲା ବୋଲି ଚର୍ଚ୍ଚା ଜୋର ଧରିଛି ।

Leave a comment