ନିଜ ଦଳ ନେତାଙ୍କ ଟାର୍ଗେଟ ରେ ଅପରାଜିତା, ଦେଖନ୍ତୁ ଭିଡ଼ିଓ

0

ଆତ୍ମ ଗର୍ବ ଭାରି ପଡିବ ସାଂସଦ ଅପରାଜିତାଙ୍କୁ, ସ୍ଥାନୀୟ ବିଜେପି ନେତାଙ୍କୁ କରୁଛନ୍ତି ଅଣଦେଖା,ଦୁଇ ଘଣ୍ଟା ହେଲେ ହଟହଟା, ମ୍ୟାଡ଼ମଙ୍କୁ ଲାଗିବ ବଡ଼ ଝଟକା

ଏଥର ନିର୍ବାଚନ ଏତେ ସହଜ ହେବନି ସାଂସଦ ଅପରାଜିତା ଙ୍କ ପାଇଁ । ଏହା ଆମେ କହୁନାହୁଁ ଏହା ବର୍ତ୍ତମାନ ଅପରାଜିତା ଙ୍କ ସହ ଘଟୁଥିବା ପରିସ୍ଥିତି ଦେଖି ରାଜନୈତିକ ବିଶେଷଜ୍ଞ ମତ ଦେଲେଣି । ସେମାନେ କହୁଛନ୍ତି, “ଆତ୍ମ ଗର୍ବ ଏଥର ଭାରି ପଡିବ ସାଂସଦ ଅପରାଜିତାଙ୍କୁ । କାହିଁକିନା ଭୁବନେଶ୍ୱର ସାଂସଦ ଅପରାଜିତା ଭୁବନେଶ୍ୱର ମଧ୍ୟ ହେଉ ବା ଉତ୍ତର ନିର୍ବାଚନ ମଣ୍ଡଳୀ ହେଉ ଯେଉଁ ସ୍ଥାନକୁ ଯାଉଛନ୍ତି ସେଠାକାର ସ୍ଥାନୀୟ ବିଜେପି ନେତା ଙ୍କୁ ଡାକୁ ନାହାଁନ୍ତି” । ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ବୁଦ୍ଧେଶ୍ୱରୀ ଅଞ୍ଚଳର ଏକ କାର୍ଯ୍ୟକ୍ରମ କୁ ଯିବା ସମୟରେ ତୀବ୍ର ବିରୋଧ ର ଶିକାର ହୋଇଛନ୍ତି ମ୍ୟାଡ଼ମ ଅପରାଜିତା । ଏପରିକି ଦୁଇ ଘଣ୍ଟା ଧରି ନିଜ ଗାଡ଼ିରେ ବନ୍ଦୀ ହୋଇ ରହିଥିଲେ ସାଂସଦ । ଏହି କାର୍ଯ୍ୟକ୍ରମ ସମ୍ୱନ୍ଧରେ ସେ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଙ୍କୁ ନା’ ଜଣାଇଥିଲେ ନା’ ଡାକିଥିଲେ । ଯାହାକୁ ନେଇ ସେ ଅଞ୍ଚଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।

Leave a comment