କେତେ ଆସିବେ – ଯିବେ “ପଟ୍ଟନାୟକ” ରହିବେ, ଦେଖନ୍ତୁ ଭିଡ଼ିଓ

0

ପ୍ରଭାରୀ ଆସିବେ , ପ୍ରଭାରୀ ଯିବେ । ନିର୍ବାଚନ ଆସିବ, ନିର୍ବାଚନ ଯିବ ।

ହେଲେ ଓଡ଼ିଶା କଂଗ୍ରେସରେ ଅଜୟ, ଅକ୍ଷୟ ହୋଇ ରହିବେ ପଟ୍ଟନାୟକ ପରିବାର ।
ପ୍ରଭାରୀ ଚେଲ୍ଲା କୁମାର ଗଲେ, ଅଜୟ କୁମାର ଆସିଲେ । ଅଜୟ କୁମାରଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଖେଳ କରିଦେଲେ ନିରଞ୍ଜନ କ୍ୟାମ୍ପ । ଅଜୟଙ୍କ ପକେଟ୍ ଗରମ କରିଦେଲେ ଦୂତ ପଠାଇ । ଜାମସେଦପୁର ଯାଇ ଅଜୟଙ୍କୁ ଆପ୍ୟାଇତ କରିଦେଲେ ପଟ୍ଟନାୟକ କ୍ୟାମ୍ପ୍ ।

ସ୍କ୍ରିପ୍ଟ ଲେଖିବେ ନିରଞ୍ଜନ, ନବଜ୍ୟୋତି, ନରସିଂହ
କାର୍ଯ୍ୟକାରୀ କରିବେ ପଞ୍ଚାନନ, ଗଣେଶ୍ୱର, ବିଜୟ
ଇଣ୍ଡିଆ ମେଣ୍ଟର କୌଣସି ସହଯୋଗୀ ଦଳକୁ ଦିଆଯିବନି ଗୋଟାଏ ଆସନ । ଏକା ଲଢିବାକୁ କଂଗ୍ରେସ ମନ । କାନମୁଣ୍ଡା ଆଉଁସି ଫେରିବେ ବାଉଁଆ ନେତା ଜନାର୍ଦ୍ଦନ, ଅଭୟ । କଂଗ୍ରେସକୁ ଯଥା ସ୍ଥିତିରେ ରଖି କଣ ଲାଭ ପାଇବେ ନିରଞ୍ଜନ ।

Leave a comment