ଭାଙ୍ଗିଗଲା କି ବାପିଙ୍କ ସ୍ୱପ୍ନ, ଦେଖନ୍ତୁ ଭିଡ଼ିଓ
ବ୍ୟୋମକେଶ ରାୟ ଓରଫ ବାପି, ସ୍ବପ୍ନ ଦେଖୁଥିଲେ, ୨୦୨୪ ରେ ନିର୍ବାଚନ ଜିତି ମନ୍ତ୍ରୀ ହେବେ ବୋଲି, ହେଲେ ସ୍ବପ୍ନ ତ ଦୂର ର କଥା ଏବେ ଉଡ଼ିଯାଇଛି ବାପିଙ୍କ ନିଦ
ଭଦ୍ରକ ଦାୟିତ୍ୱ ସଞ୍ଜୟ ଦାସବର୍ମା ଙ୍କୁ ମିଳିବା ପରେ ଭାଲେଣି ପଡିଛି ବାପି ଶିବିରରେ । ଦଳରେ ସଞ୍ଜୟଙ୍କ ପାୱାର ଥିବା ପର୍ଯ୍ୟନ୍ତ ବାପି ତାଙ୍କ ପାଖରେ ଘୁରି ବୁଲୁଥିଲେ । ଯେମିତି ସଞ୍ଜୟ ଯୋଜନା ବୋର୍ଡ ରୁ ବିଦା ହେଲେ ସେମିତି ଗଧ ମୁଣ୍ଡରୁ ଶିଙ୍ଗ ଗାୟବ ହେବାପରି ବାପି ଡିଆଁ ମାରିଥିଲେ ବବି ଙ୍କ ଦଳକୁ । ସେତେବେଳେ ବବିଙ୍କ ବିଜେଡି ଦଳରେ ଖୁବ ଦବଦବା ମଧ୍ୟ ଥିଲା । ବବିଙ୍କ ପ୍ରତି ନିଜ ଆନୁଗତ୍ୟ ଦେଖାଇବାକୁ ଯାଇ । ବାପି ବୁଲି ବୁଲି ସଞ୍ଜୟ ଙ୍କ ବିରୁଦ୍ଧରେ ଚୁଗୁଲି କରିବା ଆରମ୍ଭ କରିଦେଇଥିଲେ । ଫୋନ କରି ମତିଭ୍ରମ କରିଥିଲେ ପୁରୀ ଜିଲ୍ଲା ଛାତ୍ର, ଯୁବ ନେତାଙ୍କର । କହୁଥିଲେ ବବି କ୍ୟାମ୍ପ ଧର, ସଞ୍ଜୟ ଏବେ ଛାରଖାର ।
କଥାରେ ଅଛି ସମୟ ବଡ଼ ବଳବାନ । ବିଳମ୍ବ ପଛେ ହେଉ ଫେରିଲା ସଞ୍ଜୟ ଙ୍କ ସମ୍ମାନ । ସଞ୍ଜୟ ପାଇଲେ ଭଦ୍ରକ ଦାୟିତ୍ୱ । ମାତ୍ର ଧାମନଗର ନିର୍ବାଚନ ରେ ବିଜେଡିର ପରାଜୟ ପରେ ବାପି ଙ୍କ ଅବସ୍ଥା କିଛି ଭଲ ନାହିଁ । ଏହି ପରାଜୟ ପରେ ତୁର୍ତ୍ତୀୟ ମହଲା ବି ବାପିଙ୍କ ଉପରେ ପୁରା ନଜର ରଖିଛି । ଅନେକ ଦଳୀୟ ଓ ବିରୋଧୀ ରାଜନୈତିକ ଶତ୍ରୁ ତାଙ୍କ ବିରୋଧରେ ମୁଣ୍ଡ ଟେକିଲେଣି । ତେଣୁ ଚଳିତ ନିର୍ବାଚନ ରେ ବାପି ଚାନ୍ଦବାଲି ରୁ ନିର୍ବାଚନ ଲଢ଼ିବାକୁ ଡରୁଛନ୍ତି । ତାଙ୍କର ଏଭଳି ସମୟରେ ସଞ୍ଜୟ ଙ୍କୁ ମିଳିଛି ଭଦ୍ରକ ଦାୟିତ୍ୱ । ବାପି ଯେଉଁ ସଞ୍ଜୟଙ୍କ ସହ ବିଶ୍ୱାସ ଘାତକତା କରିଥିଲେ ଆଜି ସେ ଭଦ୍ରକ ଜିଲ୍ଲାର ପର୍ଯ୍ୟବେକ୍ଷକ ସାଜିଛନ୍ତି । ତେଣୁ ନିଜ କଲା କର୍ମ ଧରାପଡିଯିବା ଭୟରେ ସଞ୍ଜୟ ସଞ୍ଜୟ ଜପୁଛନ୍ତି ବାପି । ଚାନ୍ଦବାଲି ପ୍ରତି ଛକରେ ଫୁଲତୋଡା ଦେଇ ସଂଜୟଙ୍କ ମାନ ଭଞ୍ଜନ କରିବାକୁ ଚେଷ୍ଟା କରୁଛନ୍ତି । ଏବେ ଦେଖିବାକୁ ବାକି ରହିଲା ସଂଜୟଙ୍କ ମନ ଜିଣିବାରେ ବ୍ୟମକେଶ କେତେଦୂର ସଫଳ ହେଉଛନ୍ତି ।