ବିଜେଡ଼ି ସଞ୍ଜୟ ଙ୍କୁ ଆଉଁସିଲା ନା ମାରିଲା, ଦେଖନ୍ତୁ ଭିଡ଼ିଓ

0

ବିଜେଡ଼ି ସଞ୍ଜୟ ଙ୍କୁ ଆଉଁସିଲା ନା ମାରିଲା, ଫଳ ଖାଇଦେଇ ସଞ୍ଜୟଙ୍କ ମୁଣ୍ଡରେ ବୋଳିବେନି ତ ଅଠା ।

ଟାର୍ଗେଟରେ ସଞ୍ଜୟଙ୍କ ରାଜନୈତିକ କ୍ୟାରିୟର, ଅଘୋଷିତ ବୁଝାବଣା ସମ୍ଭାଳି ପାରିବେ ତ ସଞ୍ଜୟ ।
ନିର୍ବାଚନ ଯେତିକି ପାଖାଉଛି ଶଙ୍ଖ ଦଳର ରାଜନୀତି ଓ ରଣନୀତି ସେତିକି ସନ୍ଦେହ ଘେର କୁ ଠେଲି ହୋଇଯାଉଛି । ଏହା ଆମେ କହୁ ନାହୁଁ । ଏହା ତାଙ୍କରି ଦଳର ଟୁପୁରୁ ଟାପର ହେଉଥିବା ନେତାଙ୍କର କଥା । ଯଦି ଏ କଥା ସତ ହୁଏ ତେବେ ପୁଣି କିଛି ପାୱାରଫୁଲ ନେତା ଭକୁଆ ହୋଇ କାନମୁଣ୍ଡା ଆଉଁସୁଥିବେ ।

ବିଗତ ଦିନରେ ସଞ୍ଜୟ ଙ୍କ ଭଳି ବର୍ଷିଆନ ଓ ପାୱାରଫୁଲ ନେତାଙ୍କୁ ବାରମ୍ବାର ଅପମାନିତ କରି ଦଳ ସାଇଟ ମାରି ଚୁପ କରିଦେଇଥିଲା । କିନ୍ତୁ ଏବେ ସଞ୍ଜୟଙ୍କୁ ଆଉଁସି କୋଳେଇ ନେବା ସହ ଦିନକୁ ଦିନକୁ ଗୋଷ୍ଠୀ କନ୍ଦଳ ଏବଂ ବିଦ୍ରୋହ ବଢୁଥିବା ଭଦ୍ରକ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି । ହଠାତ ସଞ୍ଜୟ ଙ୍କୁ ଆଉଁସିବା ସହ ଏହି ପଦ ପ୍ରଦାନ କରିବା ବିଜେଡ଼ିର କିଛି ବରିଷ୍ଠ ନେତାଙ୍କୁ ହଜମ ହେଉନି । ସେମାନଙ୍କ ଟୁପୁରୁ ଟାପର କଥା ଅନୁଯାୟୀ, ବିଜେଡି ଓ ବିଜେପି ର କେନ୍ଦ୍ରରେ ନିର୍ବାଚନ ପୂର୍ବରୁ ଯେଉଁଭଳି ବିଧାନସଭା ଓ ଲୋକସଭା ଆସନ ବୁଝାବଣା ହୋଇଛି ତାହା ସମସ୍ତେ ବୁଝି ସାରିଲେଣି । ଏହି ଅଘୋଷିତ ବୁଝାମଣା ଅନୁସାରେ ବିଜେଡ଼ି କିଛି ଆସନ ବିଜେପି ହାତକୁ ଟେକିଦେଵ । ଏହି ଆସନ ଗୁଡିକ ମଧ୍ୟରୁ ସବୁଠାରୁ ଅଧିକ ଚର୍ଚ୍ଚାରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଆସନ ରହିଛି । ଏଠାରୁ କୁଆଡେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଛିଡା ହେବେ । ମନମୋହନ ଙ୍କୁ ଜିତାଇବାକୁ ବିଜେପି ବିଜେଡିକୁ ଗୁହାରୀ କରିଥିବା କୁହାଯାଉଛି ।

Leave a comment