ଜୁନ୍ ୧୭ରୁ ୨୪ ତାରିଖ ମଧ୍ୟରେ ହେବ ଓଜେଇଇ ପରୀକ୍ଷା, ପ୍ରଥମ ସପ୍ତାହରେ ମିଳିବ ଆଡ୍ମିଟ୍କାର୍ଡ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତବର୍ଷ ଜୁନ୍ ୧୭ରୁ ୨୪ ମଧ୍ୟରେ ହେବ ଓଜେଇଇ ପରୀକ୍ଷା । ଏଥିପାଇଁ ଏପ୍ରିଲ ୧୪ରୁ ଅନଲାଇନରେ ଆବେଦନ ଆରମ୍ଭ ହୋଇଯାଇଛି । ମେ ୧୫ ତାରିଖ ପର୍ଯ୍ୟନ୍ତ ଓଜେଇଇ ୱେବସାଇଟରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ଜୁନ୍ ପ୍ରଥମ ସପ୍ତାହରୁ ଛାତ୍ରଛାତ୍ରୀଙ୍କୁ ଆଡମିଟ କାର୍ଡ ମିଳିଯିବ। କମ୍ପ୍ୟୁଟର ବେସଡ ସିଷ୍ଟମ ମାଧ୍ୟମରେ ପରୀକ୍ଷା ହେବ ବୋଲି ସୂଚନା ରହିଛି।