କାହା ଛତ୍ରଛାୟା ଅଭିଷେକ ପଣ୍ଡା, ଦେଖନ୍ତୁ ଭିଡ଼ିଓ
କାହା ଛତ୍ରଛାୟା ଅଭିଷେକ ପଣ୍ଡା, ସରକାରୀ ନିୟମ କୁ ଫୁ
ସ୍ଥିତପ୍ରଜ୍ଞ ମୁଦ୍ରାରେ ରାଜସ୍ୱ ସେବା ଅଧିକାରୀ, ଅଛି ଉପର ଲେବୁଲ ରେ କନେକ୍ସନ, ଗୋଟିଏ ସ୍ଥାନରେ ରହିଲେଣି ୬ବର୍ଷ ରୁ ଉର୍ଦ୍ଧ ସମୟ, ପଦୋନ୍ନତି ପରେ ମଧ୍ୟ ହେଲାନି ସ୍ଥାନାନ୍ତରଣ
ନିକଟରେ ଭାରତ ନିର୍ବାଚନ କମିଶନ ରାଜ୍ୟ ସରକାର ଙ୍କୁ ଚିଠି କରି ତୁରନ୍ତ ୩ବର୍ଷ ରୁ ଉର୍ଦ୍ଧ ଗୋଟିଏ ସ୍ଥାନରେ ଥିବା ଅଧିକାରୀ ଙ୍କୁ ତୁରନ୍ତ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କାରଣ କୌଣସି ସରକାରୀ ଗୋଟିଏ ପଦରେ ତିନି ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ ବୋଲି ନିୟମରେ ରହିଛି । ମାତ୍ର ଏହି ନିୟମକୁ ତୃଣମୂଳରୁ ଆରମ୍ଭ କରି ସଚିବାଳୟ ଭବନ ପର୍ଯ୍ୟନ୍ତ ଅଣଦେଖା କରାଯାଉଛି । ଅଧିକାଂଶ ଅଧିକାରୀଙ୍କ ଅଦଳବଦଳ କରାଯାଉଛି । ମାତ୍ର କିଛି ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ଅଦଳବଦଳ କରାଯାଉନାହିଁ । ବିଶେଷ କରି ଖଣିଜ ସମ୍ପଦରେ ଥିବା ଜିଲ୍ଲା ଗୁଡିକରେ ଏହି ନିୟମ ଦେଖିବାକୁ ମିଳୁଛି । ସଚିବାଳୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ପ୍ରମୁଖ ସଚିବ ଜି.ମାଥିଭାଥନନଙ୍କ ପରି କେନ୍ଦୁଝର ବଡ଼ବିଲରେ ଏମିତି ଜଣେ ଅଧିକାରୀ ରହିଛନ୍ତି । ଯାହାକୁ ବଡ଼ବିଲର ଜି.ମାଥିଭାଥନନ୍ ବୋଲି କୁହାଯାଉଛି । ଏହି କଥା କହି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୁଆଡେ ହାସ୍ୟରୋଳ ହେଉଛି । ଏହି ଅଧିକାରୀ ଜଣଙ୍କ ହେଉଛନ୍ତି- ଅଭିଷେକ ପଣ୍ଡା, ଯିଏ ଓଡ଼ିଶା ରାଜସ୍ୱ ସେବାର ଅଧିକାରୀ । ଛଅରୁ ଉର୍ଦ୍ଧ୍ୱ ସମୟ ଧରି ସେ ଗୋଟିଏ ପଦରେ ରହିଲେଣି । ପ୍ରଥମେ ଏହି ଅଞ୍ଚଳରେ ଅତିରିକ୍ତ ତହସିଲଦାର ଏବଂ ପରବର୍ତ୍ତୀ ସମୟରେ ପୌର ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ବୋଧ ହୁଏ ଇଲେକ୍ସନ କମିଶନ ଙ୍କ ଏହି ଚିଠି ବିଶେଷ ଭାବେ ଅଭିଷେକ ପଣ୍ଡା ଙ୍କ ପାଇଁ ଜାରି କରାଯାଇଥିବା ଆଲୋଚନା ହେଉଛି ।ଅପରପକ୍ଷରେ କିଛି ତଳିଆ କର୍ମଚାରୀ ଙ୍କ କହିବା କଥା ସେ ଜଣେ ଏମିତି ଅଧିକାରୀ ଯେ ନିଜ ସମ୍ମାନ ମଧ୍ୟ ଜଗୁ ନାହାଁନ୍ତି । ଗୋଟିଏ ଜାଗାରେ ସେମିତି ପଡି ରହି କେମିତି କେବଳ ସରକାରୀ ଧନରୁ ନିଜ ପକେଟ ଗରମ କରିବେ ସେଇ କଥାରେ ବୁଡି ଯାଉଛନ୍ତି ।