ଓଡ଼ିଶା ମୋ ପରିବାର ବଢ଼ିଲା ସହାୟତାର ହାତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶା ମୋ ପରିବାର। ଗୋଟିଏ ପରେ ଗୋଟିଏ ଭଲ କାର୍ଯ୍ୟ କରିଦେଖେଇ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ସଂଗଠନ ଗଠିତ ହୋଇଛି । ବିଦେଶରେ ହେଉ କି ଦେଶରେ ଯେଉଁଠି ଓଡ଼ିଆ ଲୋକ ହଇରାଣ ହୋଇ ସାହାରା ପାଉନାହାନ୍ତି ସେଠାରେ ସବୁ ପ୍ରକାର ସୁବିଧା ଯୋଗାଇ ଦିଏ ଓଡ଼ିଶା ମୋ ପରିବାର । ରାଜ୍ୟ ଭିତରେ ରକ୍ତଦାନ ଠୁ ଆରମ୍ଭ କରି ଶବକୁ ସମ୍ମାନ ଦେବାରେ ବଡ ମହତ୍ତ୍ୱପୂର୍ଣ୍ଣ କାମ କରିଥାଏ ଓଡ଼ିଶା ମୋ ପରିବାର । ଆଜି ଏଭଳି ଏକ ଘଟଣାକ୍ରମରେ ଭଦ୍ରକ ଜିଲ୍ଲାର ତିହିଡି ବ୍ଲକର ତଳଦପା ଗ୍ରାମର ଉତ୍ତମ ମଲ୍ଲିକ ଙ୍କ ଦେଢ ବର୍ଷର ଝିଅର ନିମୋନିଆରେ ମୃତ୍ୟୁବରଣ କରିଥିଲେ । ମରଶରୀରକୁ ଭଦ୍ରକ ନେବା ପାଇଁ ସହଯୋଗ ର ହାତ ବଢାଇଥିଲେ । ଓଡିଶା ମୋ ପରିବାର ର ସିଇଓ ଆଦିତ୍ୟ ତୁରନ୍ତ ହସପିଟାଲରେ ପହଞ୍ଚି ପରିବାର ବର୍ଗଙ୍କୁ ସାନ୍ତ୍ବନା ଦେବା ସହ ମାଗଣା ଆମ୍ବୁଲାନ୍ସ ଯୋଗାଇ ଦେଇଥିଲେ । ଏବଂ ଶୁଦ୍ଧିକ୍ରିୟା ପାଇଁ ଆର୍ଥିକ ସହାୟତା ଯୋଗାଦେଇଛନ୍ତି । ଏନେଇ ଆଦିତ୍ୟ କହିଛନ୍ତି ଯେ ,
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାଢେ ୪ କୋଟି ହେଉଛନ୍ତି ଆମର ପରିବାର ।ଓଡ଼ିଶାର କେହିବି ଦୁଖଦଃ ରେ ଥିଲା ତାର ସହଯୋଗ ଏବଂ ସହାୟତା ପ୍ରାଥମିକ ଦାଇତ୍ଵ ବୋଲି ସେ କହିଛନ୍ତି ।କେବଳ ଓଡିଶା ନୁହେଁ ଓଡିଶା ବାହାରେ ମଧ୍ୟ ସହାୟତା ଯୋଗାଇଦେଉଛୁ । ଆଗକୁ ମଧ୍ୟ ଏହି କାର୍ଯ୍ୟ ଯୋଗାଇଦେବୁ । ସମାଜର ଅବହେଳିତ ଅସହାୟ ଲୋକଙ୍କ ପାଖରେ ପହଞ୍ଚିବା ଓଡିଶା ମୋ ପରିବାରର ଲକ୍ଷ ବୋଲି ସେ କହିଛନ୍ତି ।
ସୂଚନା ଅନୁସାରେ ଆଜି ଉତ୍ତମ ମଲ୍ଲିକ ଙ୍କ ଝିଅ ନିମୋନିଆ ରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡିଥିଲେ । ପ୍ରଥମେ ତାଙ୍କୁ ଭଦ୍ରକ ମେଡିକାଲ ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ଶିଶୁ ଭବନରେ ଭର୍ତ୍ତି କରାଯାଇଥିଲା । ଆଇସିୟୁ ନମିଳିବାରୁ ପରିବାର ଲୋକ ଭୁବନେଶ୍ୱର କିମସ୍ ଆଣିବା ବାଟରେ ପ୍ରାଣତ୍ୟାଗ କରିଥିଲେ ଶିବନ୍ୟା ।