ସରିଲା ନିର୍ବନ୍ଧ, ବିଧାୟକ ଦିବ୍ୟଶଙ୍କର ଧରିବେ ସଫ୍ଟଓୟାର ଇଞ୍ଜିନିୟର ପ୍ରିୟଙ୍କାଙ୍କ ହାତ
ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହୋଇଛି । ସରିଲା ନିର୍ବନ୍ଧ, ଆଜି ବିବାହ କରିବେ ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର । ଧରିବେ ସଫ୍ଟଓୟାର ଇଞ୍ଜିନିୟର ପ୍ରିୟଙ୍କା ଅଗସ୍ଥିଙ୍କ ହାତ । ଉଭୟ ପକ୍ଷର ସମ୍ପର୍କୀୟଙ୍କ ଉପସ୍ଥିତିରେ ପିିପିଲିର ହୋଟେଲ ଆଭେଞ୍ଚରରେ ବିବାହ ଉତ୍ସବ ଅନୁଷ୍ଠିତ ହେବ ।
ବିବାହ ଉତ୍ସବରେ ସାମିଲ ହେବେ ସମ୍ପର୍କୀୟ ଓ ଅତି ପାଖ ଲୋକ । ତେବେ ସବୁ ଲୋକଙ୍କୁ ବିବାହ ଉତ୍ସବକୁ ଛଡାଯାଉ ନାହିଁ । ଯେଉଁମାନଙ୍କ ନିକଟରେ ପାସ ଅଛି ସେମାନଙ୍କୁ ଛଡାଯିବାକୁ ଅନୁମତି ରହିଛି ।
କିଛି ଦିନ ହେଲା, କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ପୁଣି ବିବାହ କରୁଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉ୍ଥିଲା । ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁର ପ୍ରିୟଙ୍କାଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା । ଯାହା ଏବେ ସତ ହୋଇଛି । ତେବେ ଏହା ହେଉଛି କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କର ଦ୍ୱିତୀୟ ବିବାହ । ପୂର୍ବରୁ ସେ ଜୟପାଟଣାରେ ବିବାହ କରିଥିଲେ । କୌଣସି କାରଣ ପାଇଁ ସେ ତାଙ୍କ ପତ୍ନୀଙ୍କୁ ଛାଡପତ୍ର ଦେଇଛନ୍ତି । ଦିବ୍ୟଶଙ୍କରଙ୍କର ପୁଅ ଅଛନ୍ତି । ସେ ବାହାରେ ପାଠ ପଢ଼ୁଛନ୍ତି ।