ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ରେଜଲ୍ଟ
ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ରେଜଲ୍ଟ। ଫର୍ମଫିଲପ କରିଥିବା ୧୩୧୦ ପିଲାଙ୍କ ମଧ୍ୟରୁ ୪୩୩ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ୩୬୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଫର୍ମ ପୂରଣ କରି ମଧ୍ୟ ପରୀକ୍ଷା ଦେଇନଥିଲେ।
ସେହିଭଳି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୮୯୨୦ ପାରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୭୭୮ ପରୀକ୍ଷାର୍ଥୀ ପାସ୍ ହୋଇଛନ୍ତି। ଏବଂ ୫୨୫ ଜଣ ପରୀକ୍ଷା ଦେଇନଥିବା ବେଳେ ୪୯ ଜଣ ପରୀକ୍ଷାର୍ଥୀ କପିକରି ଧରାପଡିଥିଲେ। ବର୍ତ୍ତମାନ ବୋର୍ଡ ୱେବସାଇଟରେhttp://odisha.indiaresults.com ଏବଂ www.bseodisha.nic.in ରେ ପରୀକ୍ଷା ଫଳ ଉପଲବ୍ଧ ରହିଛି।
ସୂଚନାଯୋଗ୍ୟ ଜୁଲାଇ ୩ରୁ ଆରମ୍ଭ ହୋଇଥିଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ମାଟ୍ରିକ ପରୀକ୍ଷା ସହ ଷ୍ଟେଟ ଓପନ୍ ସ୍କୁଲ ପରୀକ୍ଷା ମଧ୍ୟ ଚାଲିଥିଲା ।୩୦ଟି ଜିଲ୍ଲାରେ ୮୦ଟି ସେଣ୍ଟରେ ଦୁଇଟି ସିଟିଂରେ ପରୀକ୍ଷା ହୋଇଥିଲା। ପରୀକ୍ଷା ପରିଚାଳନାରେ ଅନିୟମିତତା ରୋକିବା ଲାଗି ବୋର୍ଡ ପକ୍ଷରୁ ୧୫ଟି ସ୍କ୍ୱାଡ୍ ଗଠନ କରାଯାଇଥିଲା । ସେହିପରି ଜିଲ୍ଲା ସ୍ତରରେ ଡିଇଓମାନଙ୍କ ଦ୍ୱାରା ପୃଥକ ସ୍କ୍ୱାଡ୍ ଗଠନ କରାଯାଇଥିଲା ।