ଆସନ୍ତାକାଲି ଠାରୁ ୨ ଦିନ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତାକାଲି ଠାରୁ ୨ ଦିନ ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟ ବନ୍ଦ ରହିବ । ଆସନ୍ତାକାଲି (ସେପ୍ଟେମ୍ବର ୨୧) ଓ ୨୨ ତାରିଖରେ ହାଇକୋର୍ଟ ବନ୍ଦ ନେଇ ରେଜିଷ୍ଟ୍ରାର ଜେନେରାଲ ନିର୍ଦେଶଦେଇଛନ୍ତି । ନିଦେ୍ର୍ଦଶ ଅନୁସାରେ ହାଇକୋର୍ଟ ସହ ଏହାର କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ । କିଛି ବିଭାଗରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିବାରୁ ଏଭଳି ନିଷ୍ପତ୍ତି ହୋଇଛି । ହାଇକୋର୍ଟ ପରିସରକୁ ସାନିଟାଇଜ କରିବାକୁ ନିର୍ଦେଶନାମାରେ କୁହାଯାଇଛି ।