ରସଗୋଲା ନେଇ ପଶ୍ଚିମବଙ୍ଗ କୁ ପଛରେ ପକାଇଲା ଓଡ଼ିଶା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନେକ ଦିନରୁ ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ ରସଗୋଲାକୁ ନେଇ ଚାଲିଥିବା ଶୀତଳ ଯୁଦ୍ଧର ଅନ୍ତ ଘଟିଛି । ପଶ୍ଚିମବଙ୍ଗ ରସଗୋଲାର ଉତ୍ପତ୍ତି ସ୍ଥଳ ବୋଲି ଦାବି କରୁଥିବା ବେଳେ ଓଡ଼ିଶା ଏହା ଜଗନ୍ନାଥ ସଂସ୍କୃତିର ଏକ ଅଭିର୍ଣ୍ଣ ଅଙ୍ଗବୋଲି ଦାବି କରିଆସୁଥିଲା । ଶେଷରେ ଓଡିଶାକୁ ଭାରତ ସରକାରଙ୍କ ତରଫରୁ ଜିଆଇ ମାନ୍ୟତା ପ୍ରଦାନ କରାଯାଇଛି । ଚେନ୍ନାଇ ଜିଆଇ ରେଜିଷ୍ଟ୍ରାରଙ୍କ ପକ୍ଷରୁ  ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୧୮ ମସିହାରେ ଦାଖଲ କରାଯାଇଥିବା ସମସ୍ତ ପ୍ରମାଣକୁ ଆଧାର କରି ଓଡ଼ିଶାର ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିଛି ।

ସୂଚନା ଅନୁଯାୟୀ, ରସଗୋଲାକୁ ନେଇ ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ରସଗୋଲାର ଉତ୍ପତ୍ତି ସ୍ଥଳ ପଶ୍ଚିମବଙ୍ଗ ବୋଲି ପଶ୍ଚିମବଙ୍ଗ ସରକାର ଦାବି କରୁଥିବାବେଳେ ଶହଶହ ବର୍ଷ ପୂର୍ବରୁ ରସଗୋଲା ଶ୍ରୀଜଗନ୍ନାଥଙ୍କ ନିକଟରେ ଭୋଗ ଲାଗୁଥିବା ପ୍ରମାଣ ଓଡ଼ିଶା ସରକାର ପ୍ରଦାନ କରିଥିଲେ ।

Leave a comment