୩୦ ବର୍ଷ ପରେ ମେ’ ମାସରେ ଓଡ଼ିଶାକୁ ଆସୁଛି ବାତ୍ୟା, ଜଣାନ୍ତୁ ପୂର୍ବରୁ କେବେ ହୋଇଥିଲା ବାତ୍ୟା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାମୁଦ୍ରିକ ଝଡ଼ ‘ଫୋନି’ ଏବେ ବାତ୍ୟାର ଭୟଙ୍କର ରୂପ ନେଇସାରିଛି । ଏହା ଓଡିଶା ଆଡକୁ ଖୁବ ଜୋରରେ ମାଡ଼ି ଆସୁଛି । ଏହା ପୂରୀ ଠାରୁ ୬୮୦ କିମି ଦୂରରେ ରହିଥିବା ବେଳେ ୩ତାରିଖ ଅପରାହ୍ନରେ ଏହା ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ସୂଚନା ଅନୁଯାୟୀ, ଅକ୍ଟୋବର ମାସରେ ପ୍ରାୟତଃ ବାତ୍ୟାର ମୁକାବିଲା ଓଡିଶାକୁ କରିବାକୁ ପଡିଥାଏ । ଓଡ଼ିଶାର ସବୁଠୁ ବଡ଼ ବାତ୍ୟା କୁହାଯାଉଥିବା ୧୯୯୯ ମହାବାତ୍ୟା ହେଉ, ୨୦୧୩ରେ ଆସିଥିବା ଫାଇଲିନ୍‌, ୨୦୧୪ରେ ଆସିଥିବା ହୁଡ୍‌ହୁଡ୍‌ ବା ଗତ ବର୍ଷର ତିତ୍‌ଲି ସବୁ ବାତ୍ୟା ଅକ୍ଟୋବର ମାସରେ ଓଡ଼ିଶାରେ ଖୁବ କ୍ଷୟ କ୍ଷତି କରିଛି ।

ମାତ୍ର ପୂର୍ବରୁ ପ୍ରାୟ ୫ ଥର ଓଡ଼ିଶା ମେ’ ମାସରେ ଏହିଭଳି ବାତ୍ୟାର ସାମ୍ନା କରିଛି ।

* ୧୮୯୩ ମସିହାରେ ଭଦ୍ରକ ଏବଂ ଚାନ୍ଦବାଲି ମେ’ ମାସର ବାତ୍ୟାକୁ ସମ୍ନାକରିଥିଲା ।

* ୧୯୧୪, ୧୯୧୭, ୧୯୮୨ ଏବଂ ୧୯୮୯ ମସିହା ମେ’ ମାସରେ ବାତ୍ୟା ଓଡ଼ିଶା ଉପକୂଳ ଦେଇ ଗତିକରିଥିଲା ମାତ୍ର ଏହା କେବଳ ସାଇକ୍ଲୋନିକ୍‌ ଷ୍ଟର୍ମ ଥିଲା ।

କିନ୍ତୁ ଏବେ ୩୦ ବର୍ଷ ପରେ ପୁଣିଥରେ ଓଡ଼ିଶା ମେ’ ମାସରେ ଫନି ନାମକ ବାତ୍ୟାର ସମ୍ନା କରିବାକୁ ଯାଉଛି । ଏହା ମେ’ ୩ ତାରିଖ ସୁଦ୍ଧା ପୁରୀ ଠାରେ ସ୍ଥଳଭାଗ ଛୁଇଁବ । ଏହି ସମୟରେ ୧୬୫ରୁ ୧୮୫ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି । ଏପରିକି ପବନର ବେଗ ୨୦୦ ଟପିପାରେ ବୋଲି ମଧ୍ୟ ଆକଳନ କରାଯାଉଛି ।

Leave a comment