ଓଡ଼ିଶା କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା

0

ଭୁବନେଶ୍ଵର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ପୁଣି କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା । ସର୍ବ ଭାରତୀୟ କଂଗ୍ରେସ କମିଟି ସମ୍ପାଦକ ତଥା ଓଡ଼ିଶା ସହ ପ୍ରଭାରୀ ବିଧାୟକଙ୍କୁ ଦିଲ୍ଲୀ ଆସିବା ପାଇଁ କହିଥିବା ସୂଚନା ଦେଇଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ସମସ୍ତ ୯ ଜଣ ବିଧାୟକ ଆସନ୍ତାକାଲି ଦିଲ୍ଲୀରେ ପହଞ୍ଚିବା ପାଇଁ କହିଥିବା ତାରାପ୍ରସାଦ ବାହିନୀପତି ସୂଚନା ଦେଇଛନ୍ତି ।

ବିଶେଷ କରି କେନ୍ଦ୍ର ସରକାର ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ସମ୍ପାଦକ ରାହୁଲ ଗାନ୍ଧିଙ୍କୁ ଇଡିର ନୋଟିସ ପରେ ନୋଟିସକୁ ନେଇ ସର୍ବଭାରତୀୟ କଂଗ୍ରେସ ସାଂସଦ, ବିଧାୟକଙ୍କ ସମେତ ବରିଷ୍ଠ ନେତାଙ୍କୁ ନେଇ କେନ୍ଦ୍ର ସରକାର ବିରୋଧରେ ରଣନୀତି ପ୍ରସ୍ତୁତ ସହ ଆଗାମୀ ଦିନରେ ହେବାକୁ ଥିବା ୫ ରାଜ୍ୟର ନିର୍ବାଚନର ରଣନୀତି ପ୍ରସ୍ତୁତ ହେବ। ଏହାସହ କେନ୍ଦ୍ର ସହ ରାଜ୍ୟରେ କଂଗ୍ରେସକୁ କିପରି ସୁଦୃଢ଼ କରାଯିବ ସେ ନେଇ ଆଲୋଚନା ହେବାର ସମ୍ଭାବନା ଥିବା କହିଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି।

Leave a comment