କଳିଙ୍ଗ ଷ୍ଟାଡିୟମ୍‌ରେ ଟେନିସ୍ ସେଣ୍ଟର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱରରୁ ଆରମ୍ଭ ହେବାକୁ ଥିବା ଆଇଟିଏଫ୍ ଏସିଆ ଅଣ୍ଡର-୧୪ ଏବଂ ଡେଭଲପମେଣ୍ଟ ଚାମ୍ପିଅନସିପ୍ ୨୦୨୩ କୁ ଯିବାକୁ ମାତ୍ର ଅଳ୍ପ ଦିନ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳିଙ୍ଗ ଷ୍ଟାଡିୟମ୍ ସ୍ପୋର୍ଟସ କମ୍ପେ୍ଲକ୍ସରେ ଟେନିସ୍ କେନ୍ଦ୍ରର ଉଦଘାଟନ କରିଛନ୍ତି । ନୂତନ ଷ୍ଟାଡିୟମରେ ଏକାସଙ୍ଗେ ୧୫ଶହ ଦର୍ଶକ ବସି ମ୍ୟାଚ୍ ଦେଖିପାରିବେ ।

ସେ ଆଗାମୀ ଆନ୍ତର୍ଜାତୀୟ ଟେନିସ୍ ଟୁର୍ନାମେଣ୍ଟର ଲୋଗୋ ଏବଂ ଜର୍ସି ମଧ୍ୟ ଲଞ୍ଚ କରିଛନ୍ତି । ଟେନିସ୍ କେନ୍ଦ୍ର ଆନ୍ତର୍ଜାତୀୟ ଟେନିସ୍ ଫେଡେରେସନ୍ ଦ୍ୱାରା ପ୍ରମାଣିତ ହୋଇଛି ଏବଂ ୧୪୦୦, ଜିମ୍ନାସିୟମ୍‌, ଖେଳାଳି ବଦଳୁଥିବା କୋଠରୀ, ଅଡିଟୋରିୟମ୍‌, ଏବଂ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ପାଇଁ ରୁମ୍‌, ମିଡିଆ ରୁମ୍‌, ପ୍ରସାରଣ ଏବଂ ପ୍ରଶାସନିକ ଉଦ୍ଦେଶ୍ୟ ସହିତ ଗୋଟିଏ ସିନ୍ଥେଟିକ୍ ସେଣ୍ଟର୍ କୋର୍ଟ ରହିଛି । ୨୫ କୋଟି ଟଙ୍କା ବ୍ୟୟରେ ଟେନିସ୍ କେନ୍ଦ୍ରକୁ ବିକଶିତ କରାଯାଇଛି ।

୮ ଟି ସିନ୍ଥେଟିକ୍ ସହିତ କଳିଙ୍ଗ ଷ୍ଟାଡିୟମରେ ଥିବା ଟେନିସ୍ କମ୍ପେ୍ଲକ୍ସ ବର୍ତ୍ତମାନ ଆନ୍ତର୍ଜାତୀୟ ଟେନିସ୍ ଫେଡେରେସନ୍ ଏବଂ ଏସୀୟ ଟେନିସ୍ ଫେଡେରେସନ୍ ଅଧୀନରେ ମ୍ୟାଚ୍ ଆୟୋଜନ କରିବାରେ ସକ୍ଷମ ହେବ । ରାଜ୍ୟରେ ଟେନିସର ବିକାଶ ପାଇଁ ଘନିଷ୍ଠ ଭାବରେ କାର୍ଯ୍ୟ କରିଥିବାରୁ ମୁଖ୍ୟମନ୍ତ୍ରୀ ଓଡିଶା ଟେନିସ୍ ଆସୋସିଏସନ୍ ଏବଂ କ୍ରୀଡା ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, “କଳିଙ୍ଗ ଷ୍ଟାଡିୟମ୍ ସ୍ପୋର୍ଟସ୍ କମ୍ପେ୍ଲକ୍ସ କ୍ରୀଡ଼ାର ଏକ ହବ୍ ଏବଂ ଏକ ପ୍ରିମିୟର ଟ୍ରେନିଂ ଗ୍ରାଉଣ୍ଡ ଭାବରେ ପ୍ରଶଂସିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଭିନ୍ନ ଆନ୍ତର୍ଜାତୀୟ ଇଭେଣ୍ଟରେ ସଫଳତା ପାଇଁ କ୍ରୀଡ଼ାବିତ୍ ଅର୍ଚ୍ଚନା ମାଝି (ଖୋଖୋ), ସ୍ୱାଧୀନ୍ ମାଝି(ଆଥଲେଟିକ୍ସ), ଦେବାସିସ୍ ସାହୁ (ଟେନିସ୍‌) ଏବଂ ଜୟନ୍ତୀ ବେହେରା (ପାରା ଆଥଲେଟିକ୍ସ)ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ନୂଆ ଷ୍ଟାଡିୟମରେ ଖେଳାଯିବ ଏସିଆନ୍ ଟେନିସ ଚାମ୍ପିୟନସିପ । ଆସନ୍ତା ଏପ୍ରିଲ ୪ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରତିଯୋଗିତା ଚାଲିବ । ଜୁନିୟର ସ୍ତରରେ ହେଉଥିବା ପ୍ରତିଯୋଗିତାରେ ଏସିଆର ୧୫ଟି ଦେଶ ଅଶଂଗ୍ରହଣ କରିବେ । ଆସନ୍ତା ସେପ୍େଟମ୍ବରରେ ଖେଳାଯିବାକୁ ଥିବା ଡେଭିସ କପ ଆୟୋଜନ ପାଇଁ ଓଡ଼ିଶା ବିଡ଼ିଂରେ ଭାଗନେବ ବୋଲି ସୂଚନା ମିଳିଛି । ଏହି ଉଦ୍‌ଘାଟନ ଉତ୍ସବରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ବିଭିନ୍ନ ଜାତୀୟ କାର୍ଯ୍ୟକ୍ରମରେ ସଫଳତା ପାଇଁ ୪୫ ଜଣ ଆଥଲେଟ୍‌ଙ୍କୁ ନଗଦ ପୁରସ୍କାର ପ୍ରଦାନ କରିଥିଲେ । ଏହି ଉତ୍ସବରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମୁଖ୍ୟ ଶାସନ ସଚିବ ପି.କେ ଜେନା, ବିକାଶ କମିଶନର ଅନୁଗର୍ଗ, ୫ଟି ସଚିବ ଭି କେ ପାଣ୍ଡିଆନ୍‌, କ୍ରୀଡ଼ା ଏବଂ ଯୁବ ସେବା ସଚିବ ଭିନେଲ କୃଷ୍ଣ କ୍ରୀଡା ବିଭାଗର ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ ।

Leave a comment