ଏଥର ବିଧାନସଭା ହେବ ପେପରଲେସ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତବର୍ଷ ବିଧାନସଭା ସମ୍ପୂର୍ଣ୍ଣରୂପେ ପେପରଲେସ୍ ହେବ। ବିଧାନସଭାର ସିଏଜି ରିପୋର୍ଟି, ଅର୍ଥନୈତିକ ସର୍ଭେ ରିପୋର୍ଟର୍, ବଜେଟ୍, ତାରକା ଓ ଅଣତାରକା ପ୍ରଶ୍ନ ନେଭା ଆପ୍ ଜରିଆରେ ଆସିବ। ଏହାକୁ ଦୃଷ୍ଟିରେ ରଖି ବିଧାନସଭା ପକ୍ଷରୁ ୨ ଦିନିଆ କର୍ମଶାଳାର ଆୟୋଜନ କରାଯାଇଛି। ଏଥିରେ ବିଧାନସଭାର ସମସ୍ତ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। କେନ୍ଦ୍ର ସରକାରଙ୍କ ଗୋଟିଏ ଟିମ୍ ମଧ୍ୟ ପ୍ରଶିକ୍ଷଣ ଦେଉଥିବା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି।