ଚେନ୍ନାଇରେ ଓଡିଶା ଭବନ ଉଦଘାଟିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାମିଲନାଡୁର ଚେନ୍ନାଇଠାରେ ଓଡିଶା ଭବନର ଉଦ୍‌ଘାଟନ କରିଥିଲେ । ଏହା ଓଡିଶା ବାହାରେ ରାଜ୍ୟ ସରକାରଙ୍କ ଷଷ୍ଠ ଓଡିଶା ଭବନ । ଏହି ଓଡିଶା ଭବନ ନିର୍ମାଣରେ ୨୨କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଓଡ଼ିଶା ସରକାରଙ୍କ ଅନୁରୋଧ କ୍ରମେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜୟଲଳିତା ଏହି ଓଡ଼ିଶା ଭବନ ପାଇଁ ଜମି ଯୋଗାଇ ଦେଇଥିଲେ ।

୨୦୧୨ ମସିହାରେ ମେ ମାସ ୧୧ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜୟଲଳିତା ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୬ ମହଲା ବିଶିଷ୍ଟ ଏହି ଓଡିଶା ଭବନରେ ମୋଟ ୨୧ ଟି ରୁମ ଓ ଗୋଟିଏ ସମ୍ମିଳନୀ କକ୍ଷ ଅଛି । ଏହାର ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଦିବଂଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ମାନେପକାଇଥିଲେ । ଏହି ଓଡିଶା ଭବନ ପୂର୍ବରୁ ଦିଲ୍ଲୀରେ ୩ଟି ଓଡିଶା ଭବନ, କୋଲକାତା ଓ ମୁମ୍ବାଇରେ ଗୋଟିଏ ଲେଖାଏଁ ଓଡିଶା ଭବନ କାର୍ଯ୍ୟକ୍ଷମ ହୋଇଛି ।

ଏହି କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a comment