ବିଧାନସଭା ଗୃହରେ ଗୋବର ପାଣି ପକାଇ ଝାଡୁ କଲେ ବିରୋଧୀ, ସାଢେ ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିରୋଧୀ ଦଳ ଆଜି ବିଧାନସଭା ଆଗରେ ଗୋବର ପାଣି ପକାଇ ଝାଡୁ ମାରିଛନ୍ତି. ବିରୋଧୀଙ୍କ ଅସହଯୋଗ ଯୋଗୁ ବିଧାନସଭାର ଶୀତକାଳିନ ଅଧିବେଶନ 11.30 ପଯନ୍ତ ମୂଳତବି କରାଯାଇଛି । ବିରୋଧୀ ନିଜ ଜିଦରେ ଅଟଳ ରହିଥିବାରୁ ସାଢେ ୧୧ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଛନ୍ତି ।

ଅଧିବେଶନର ତୃତୀୟ ଦିନରେ ରାଜସ୍ବ ସହିତ ବିପର୍ଯ୍ୟୟ ପରିଚାଳନା. ଜାତି ଓ ଜନଜାତି, ପଛୁଆ ବର୍ଗ ଓ କ୍ରୀଡା ବିଭାଗ ସମ୍ପର୍କିତ ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମ ରହିଛି । ଏହା ସହିତ ଶିଳ୍ପ, ଇଲୋକ୍ଟ୍ରୋନିକ୍ସ, ଆଇଟି ବିଭାଗର ପ୍ରଶ୍ନକାଳ ମଧ୍ୟ ରହିଛି । ବିପର୍ଯ୍ୟୟ ଆଇନଶୃଙ୍ଖଳାକୁ ବିରୋଧୀ ମୁଖ୍ୟଅସ୍ତ୍ର କରିଥିବାବେଳେ ଶାସକ ଦଳ କେନ୍ଦ୍ର ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରିଛି ।

Leave a comment