ଦିଲ୍ଲୀରେ ବିଜୟ ଓ ନିରଞ୍ଜନ ମଙ୍ଗ ଧରିବେ ବିଜୟ, ଦେଖନ୍ତୁ ଭିଡ଼ିଓ

0

ଦିଲ୍ଲୀରେ ବିଜୟ ଓ ନିରଞ୍ଜନ ମଙ୍ଗ ଧରିବେ ବିଜୟ, ଓଡ଼ିଶା ରାଜନୀତି ର ନୂତନ ଅଧ୍ୟାୟ ବିଜୟ ଓ ନିରଞ୍ଜନ, INDIA ମେଣ୍ଟ ର ମଙ୍ଗ ଧରିବେ ବିଜୟ ମହାପାତ୍ର

ଦିଲ୍ଲୀରେ ଗସ୍ତ ରେ ବିଜୟ ମହାପାତ୍ର । ତାଙ୍କ ସହ ଅଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରାଜ୍ୟ କଂଗ୍ରେସ ର ସମସ୍ତ ବିଧାୟକ ଏବଂ ଅନେକ ବରିଷ୍ଠ ନେତା । ଆଜି ଅପରାହ୍ନ ତିନିଟା ରେ ବସିବ ବୈଠକ । ଓଡ଼ିଶାର INDIA ମେଣ୍ଟ ର ମଙ୍ଗ ଧରିବେ ବିଜୟ ମହାପାତ୍ର । ଅନେକ ବର୍ଷ ହେଲା ବିଜେପିରେ କୋଣଠେସା ହୋଇ ରହିବା ପରେ ପଦ୍ମ ପୋଖରୀରୁ ବାହାରି କଂଗ୍ରେସର ହାତ ଧରିବେ ବିଜୟ । ପାଟକୁରା ରୁ ବିଧାନସଭା ପ୍ରାର୍ଥୀ ଭାବେ ଲଢ଼ିବେ ବିଜୟ ମହାପାତ୍ର । ତାଙ୍କ ପୁତ୍ର ଲଢ଼ିବେ ମହାକାଳପଡ଼ା ରୁ । କଂଗ୍ରେସ ରୁ କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ହେବେ ଅମୀୟ ପାଣ୍ଡବ । ଏଭଳି କିଛି ନିଷ୍ପତ୍ତି ନିଆଯିବ ଆଜିର ବୈଠକରେ । ଅମୀୟ ପାଣ୍ଡବ ଙ୍କ ପ୍ରାର୍ଥୀତ୍ବ କୁ ସମର୍ଥନ କରିବେ ନବଜ୍ୟୋତି ପଟ୍ଟନାୟକ । ବାଲେଶ୍ୱରରୁ ଲୋକସଭା ଲଢ଼ିବେ ନବଜ୍ୟୋତି ପଟ୍ଟନାୟକ । ପୁରୀରୁ ଲୋକସଭା ଲଢ଼ିବେ ଅମିୟ ପଟ୍ଟନାୟକ । ଭୁବନେଶ୍ୱର ରୁ ଲୋକସଭା ଲଢ଼ିବେ ସିପିଏମ ରୁ ସୁରେଶ ପାଣିଗ୍ରାହୀ । ଚଳିତ ଥର ଏମପି ଆସନକୁ ଗୁରୁତ୍ୱ ଦେଉଛି କଂଗ୍ରେସ । ସେହି ହିସାବରେ କୋରାପୁଟ ରୁ ପୁଣିଥରେ ପ୍ରାର୍ଥୀ ହେବେ ସପ୍ତଗିରି ଉଲାକା । ନବରଙ୍ଗପୁର ରୁ ପ୍ରାର୍ଥୀ ହେବେ ଭୁଜବଳ ମାଝୀ । ନରସିଂହ ମିଶ୍ର ଯାହାକୁ ଚୟନ କରିବେ ସେ ବଲାଙ୍ଗୀର ରୁ ପ୍ରାର୍ଥୀ ହେବେ । ସମ୍ବଲପୁର ରୁ ପୁନର୍ବାର ପ୍ରାର୍ଥୀ ହୋଇପାରନ୍ତି ଶରତ ପଟ୍ଟନାୟକ ।

ରାହୁଲ ଙ୍କ ଉପସ୍ଥିତି ରେ ସମସ୍ତ ମନମାଳିନ୍ୟ ତ୍ୟାଗ କରି ଏକାଠି ହେବେ ନିରଞ୍ଜନ, ଶରତ, ବିଜୟ, ନରସିଂହ, ଜଗନ୍ନାଥ, ତାରା, ସାଲୁଜା ଏବଂ ବିଜୟ ପଟ୍ଟନାୟକ । ପିସିସି କାର୍ଯ୍ୟକାରୀ ସଭାପତି ହେବେ ନବଜ୍ୟୋତି ପଟ୍ଟନାୟକ । ଅପରପକ୍ଷରେ ଶ୍ରୀକାନ୍ତ ଜେନା ଙ୍କୁ INDIA ମେଣ୍ଟ ରୁ ଦୁରେଇ ରଖିବାକୁ ୧୦୦ କୋଟି ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ନିରଞ୍ଜନ ରାଜି । କଂଗ୍ରେସ ଫୋକସ ରେ ରହିବ ୮୦ ବିଧାନସଭା ଆସନ ।

Leave a comment