ୟୁକ୍ରେନରୁ ଫେରିଲେ ୪ ଓଡ଼ିଆ ଛାତ୍ରଛାତ୍ରୀ ; ରାଜ୍ୟ ସରକାରଙ୍କୁ ଦେଲେ ଧନ୍ୟବାଦ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ୟୁକ୍ରେନରୁ ସୁରକ୍ଷିତ ଫେରିଲେ ୪ ଓଡ଼ିଆ ଛାତ୍ର ଛାତ୍ରୀ। ଗତକାଲି ରାତି ସାଢ଼େ ୧୧ ଟା ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ସେମାନେ ହେଲେ ବାଲେଶ୍ୱରର ଅମନ କୁମାର, ଭୁବନେଶ୍ୱରର ଏମ୍ବିବିଏସ ଛାତ୍ରୀ ସୁଭସ୍ମିତା ପ୍ରିୟଦର୍ଶିନୀ, ସମ୍ବଲପୁରର ଐଶ୍ବର୍ଯ୍ୟା ପାଣି, କେନ୍ଦ୍ରାପଡ଼ାର ଛାତ୍ର ବିକାଶ ଚନ୍ଦ୍ର ବେହେରା ଭୁବନେଶ୍ୱରରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ପରିବାରଙ୍କୁ ଭେଟିବା ପରେ ଭାବ ବିହ୍ବଳ ହୋଇ ପଡ଼ିଥିଲେ ସମସ୍ତେ । ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଶା ଫେରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।
ସୂଚନା ଯୋଗ୍ୟ ଯେ ଯୁଦ୍ଧ ଯୋଗୁ ୟୁକ୍ରେନରୁ ଫେରୁଛନ୍ତି ଭାରତୀୟ ଛାତ୍ରଛାତ୍ରୀ । ଓଡ଼ିଶା ସହ ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀ ଆସି ଦିଲ୍ଲୀରେ ପହଞ୍ଚୁଛନ୍ତି । ଏହାସହ ଯେଉଁମାନେ ଫସରହିଛନ୍ତି ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଛନ୍ତି ଛାତ୍ରଛାତ୍ରୀ । ଆସନ୍ତା ତିନି ଦିନ ଭିତରେ ୨୬ଟି ବିମାନରେ ୟୁକ୍ରେନ୍ରୁ ଫେରିବେ ଭାରତୀୟ ।